କୁଖ୍ୟାତ ଡ୍ରଗ୍ସ ବେପାରୀଙ୍କୁ ଧରିଲା ପୋଲିସ

ବୋଗତା, ୨୪ା୧୦: କଲମ୍ବିଆ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଥିବା ଡ୍ରଗ୍ସ ବେପାରୀ ଡାଇରୋ ଆଣ୍ଟୋନିଓଙ୍କୁ ଗିରଫ କରାଯାଇଛି। ଦେଶର ସବୁଠାରୁ ବଡ଼ ଡ୍ରଗ୍ସ ର଼୍ୟାକେଟ୍‌ ଚଳାଉଥିବା ଗ୍ୟାଙ୍ଗ୍‌ ଗଲ୍ଫ କାନ୍‌ର ସେ ଲିଡର ଥିଲେ। ପାନାମା ସୀମା ନିକଟରୁ ସେ ଧରା ପଡ଼ିଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି। ଓଟୋନିଏଲ୍‌ ଭାବେ ଜଣାଶୁଣା ଏହ କୁଖ୍ୟାତ ଅପରାଧୀଙ୍କ ନାଁରେ ଜଣେ ପୋଲିସ, ସୈନିକ ସାମାଜିକକର୍ମୀଙ୍କ ହତ୍ୟା ମାଲା ରହିଛି। ଏଥିସହ ସେ ନାବାଳକମାନଙ୍କୁ ମଧ୍ୟ ଡ୍ରଗ୍ସ ବେପାରରେ ଲଗାଉଥିଲେ ବୋଲି ଅଭିଯୋଗ ରହଛି।

Share