କ୍ରିକେଟର ସୁରେଶ ରୈନାଙ୍କୁ ଧରି ନେଲା ପୋଲିସ

ମୁମ୍ବାଇ,୨୨।୧୨: ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କୁ ପୋଲିସ ଧରି ନେଇଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଥିବାବେଳେ ରୈନାଙ୍କ ସମେତ ୪୩ ଜଣ ଏକ କ୍ଲବ୍‌ରେ ନାଚଗୀତରେ ମାତିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୈନା, ସିଙ୍ଗର ଗୁରୁ ରାନ୍ଧଓ୍ବା, ସୁସେନ ଖାଁ ପ୍ରମୁଖଙ୍କୁ ଅଟକ ରଖିଥିଲା। ତେବେ ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ମୁମ୍ବାଇ ବିମାନବନ୍ଦର ନିକଟରେ ଥିବା ଡ୍ରାଗନ ଫ୍ଲାଏ କ୍ଲବ୍‌ରେ ସ୍ଥାନୀୟ ସାହର ପୋଲିସ ଷ୍ଟେଶନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ରାତ୍ରକାଳୀନ କର୍ଫ୍ୟୁ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କୁ ଧାରା ୧୮୮ ଅନୁସାରେ ଗିରଫ କରାଯାଇ ଥିଲା।

Share