ହାଇଦ୍ରାବାଦ,୭ା୫: ହାଇଦ୍ରାବାଦରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ମାମଲାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଶୟଦ ମୋବିନ ଅହମଦ ଏବଂ ମହମ୍ମଦ ମାସୁଦ ଅହମଦଙ୍କୁ ସ୍ଥାନୀୟ କୋର୍ଟରେ ହାଜର ପରେ ପୋଲିସ ୧୪ ଦିନିଆ ରିମାଣ୍ଡରେ ନେଇଛି। ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ଯାଞ୍ଚ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ମୃତ ବି. ନାଗାରାଜୁଙ୍କ ସ୍ତ୍ରୀ ଶୟଦ ଅଶରିନ ସୁଲତାନ କହିଛନ୍ତି, ଦୁହିଙ୍କ ସମ୍ପର୍କକୁ ଶୟଦଙ୍କ ପରିବାର ବିରୋଧ କରୁଥିଲେ। ଶୟଦଙ୍କ ଭାଇ ତାଙ୍କୁ ୨ଥର ହତ୍ୟା ଉଦ୍ୟମ କରଥିଲେ। ଜୀବନ ପ୍ରତି ବିପଦ ଥିବା ବିବାହ ପୂର୍ବରୁ ଜାଣି ସତର୍କ ରହୁଥିବା କଥା ସେ କହିଛନ୍ତି। ତିନିମାସ ପୂର୍ବେ ଦୁହେଁ ଘରୁ ଲୁଚି ପଳାଇ ଆର୍ଯ୍ୟ ସମାଜ ମନ୍ଦିରରେ ବାହା ହୋଇଥିଲେ।