Advertisement

ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ, ଏହି କାରଣ ପାଇଁ ହୋଇଛି…

ମୁମ୍ବାଇ,୧୬ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଇତିମଧ୍ୟରେ ସୈଫ୍‌ଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ଚୋରି କରିବାକୁ ଆସିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଥିବାବେଳେ ଅଭିଯୁକ୍ତ ଚିହ୍ନଟ ହୋଇଥିବା ପୋଲିସ ସୂଚନା ଦେଇଛି। ସିସିଟିଭି ଆଧାରରେ ଚିହ୍ନଟ କରାଯାଇଛି, ଜଣେ ହିଁ ଅଭିଯୁକ୍ତ। ଆପାର୍ଟମେଣ୍ଟରେ ଶିଡ଼ି ଦେଇ ସୈଫ୍‌ଙ୍କ ଘର ଭିତରକୁ ପଶିଥିଲେ। ୩ଟି ସ୍ପେଶାଲ ଟିମ୍‌ ଗଠନ ହୋଇ ଧରିବାକୁ ଉଦ୍ୟମ ଚାଲିଛି।

ପୋଲିସ ସିସିଟିଭି ଫୁଟେଜରେ ଦେଖିଛି ଯେ, ଦୁର୍ବୃତ୍ତ ବ୍ୟକ୍ତି ଅନ୍ୟ ଏକ କୋଠାରରୁ ଡେଇଁ ସୈଫଙ୍କ ଘର ଭିତିରେ ପ୍ରବେଶ କରିଥିଲେ। ସେହି ସମୟରେ ସ୍ତ୍ରୀ କରୀନା ଘରେ ନ ଥିଲେ। ଖବର ପାଇ କରୀନା ସ୍ବାମୀଙ୍କୁ ଭେଟିବାକୁ ଲୀଳାବତୀ ହସ୍ପିଟାଲରେ ପହଞ୍ଚିଛନ୍ତି। ସେ ଏବେ ବିପଦମୁକ୍ତ ଥିବା ଜଣାପଡ଼ିଛି।

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ପଡ଼ୋଶୀ କରିସ୍ମା ତନ୍ନା ପ୍ରତିକ୍ରିୟା ଦେଇ କହିଛନ୍ତି,  ସେ ବହୁତ ଦିନ ଧରି ସୁରକ୍ଷା ବୃଦ୍ଧି ପାଇଁ ଅନୁରୋଧ କରିଆସୁଛନ୍ତି।

Share