ପୋଲିସ ଛାନିଆ: ୩ ବାଇକ୍‌ ଚୋରି ଅଭିଯୁକ୍ତ କରୋନା ପଜିଟିଭ୍‌

ମୁଜାଫରପୁର,୧୧।୪: ବିହାରର ମୁଜାଫରପୁର ଅଞ୍ଚଳର କରଜିଆ ଥାନାରେ ଏବେ ଆତଙ୍କ ସୃଷ୍ଟି ହୋଇଛି। ଧରାପଡ଼ିଥିବା ୩ ଜଣ ବାଇକ୍‌ ଚୋରି ଅଭିଯୁକ୍ତଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ଥାନା କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ବ୍ୟାପିବାରେ ଲାଗିଛି। କର୍ମଚାରୀମାନେ ଛାନିଆ ହୋଇପଡ଼ିଛନ୍ତି। ଅଭିଯୁକ୍ତମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ବିରୋଧରେ ଅଭିଯୋଗ ଅଣାଯିବା ପରେ ତଦନ୍ତ କରାଯାଇ ଗିରଫ କରାଯାଇଥିବା ଏଏସ୍‌ଆଇ ଉପେନ୍ଦ୍ର କୁମାର ସିଂ ସୂଚନା ଦେଇଛନ୍ତି। ଥାନାର ଅନ୍ୟ କର୍ମଚାରୀଙ୍କୁ ସେମାନଙ୍କର ନମୁନା ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି। ଏଥିପାଇଁ ଭୟର କୌଣସି କାରଣ ନାହିଁ ବୋଲି ସେ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

Share