ଆକାଶଙ୍କ ନାଁରେ ୬୫ ଲକ୍ଷ ଠକେଇ ଅଭିଯୋଗ ଆଣିଲା ସ୍କାଏ କିଙ୍ଗ୍‌ ସଂସ୍ଥା

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଆକାଶ ପାଠକ ଠକେଇ ମାମଲାରେ ପୋଲିସ ଖୋଳତାଡ କରୁଛି। ଆୟ ବହିର୍ଭୂତ ସମ୍ପତି ଠୁଳ ନେଇ ଖୋଳତାଡ ଚାଲିଥିବା ବେଳେ ଭୁବନେଶ୍ୱର ଟ୍ରାଭେଲ ଏଜେନ୍ସୀ ସ୍କାଲ କିଙ୍ଗ୍‌ ଆଣିଛି ୬୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ। ବିମାନରେ ବୁଲିବା, ଯାତାୟତ ଓ ହୋଟେଲ ବୁକିଂ ବାବଦକୁ ୬୫ ଲକ୍ଷ ଟଙ୍କା ବାକି ଥିବା ନେଇ ସଂସ୍ଥା ପକ୍ଷରୁ ଆକାଶଙ୍କ ନାମରେ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି। ଏହାପରେ ପୋଲିସ କମ୍ପାନୀ କାର୍ଯ୍ୟାଳୟକୁ ଯାଇ ଛାନଭିନ୍‌ କରି କିଛି ଡକ୍ୟୁମେଣ୍ଟ ଜବତ କରିଛି।

Share