ମାଲକାନଗିରି,୧୨ା୮(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଗ୍ରାମବାସୀଙ୍କ ଗଳାକାଟି ହତ୍ୟା କରିଛନ୍ତି। ବିଜାପୁର ଜିଲା କଭରଗାଓଁରେ ଗତ ଅଗଷ୍ଟ ୮ରେ କେତେଜଣ ସଶସ୍ତ୍ର ମାଓବାଦୀ ଗ୍ରାମରେ ପଶି ଗ୍ରାମର ଗୋପୀରାମ ମାଡକମଙ୍କୁ ଅପହରଣ କରି ନେଇଥିଲେ। ପରେ ମାଓବାଦୀମାନେ ତାଙ୍କୁ ଘଞ୍ଚ ଜଙ୍ଗଲକୁ ନେଇଯାଇ ଗଳାକାଟି ହତ୍ୟା କରି ମୃତଦେହ ଫିଙ୍ଗିଦେଇ ଚାଲି ଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବିଜାପୁର ଏସ୍ପି ଅଞ୍ଜନେ ଭର୍ସନ କହିଛନ୍ତି। ପୋଲିସ ଇନ୍ଫର୍ମର ସନ୍ଦେହରେ ଗୋପୀରାମଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି।