କାରଣ ଖୋଜୁଛି ପୋଲିସ: ରାଇମୋହନଙ୍କ ଝିଅ, ଜ୍ୱାଇଁ, ପୁତୁରାଙ୍କୁ ପୋଲିସର ପଚରାଉଚରା

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓଡ଼ିଶା ସିନେ ଓ ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ, ତିନି ଦଶନ୍ଧିର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା କୁହାଯାଉଛି। ହେଲେ ତାଙ୍କର ଏଭଳି ଚରମ ନିଷ୍ପତ୍ତି ପଛରେ କି କାରଣ ରହିଛି ସେ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ଏସବୁ ଭିତରେ ଶନିବାର କମିଶନରେଟ ପୋଲିସର ୪ ଜଣିଆ ଟିମ ଦିବଂଗତ ରାଇମୋହନଙ୍କ ପ୍ରାଚୀ ବିହାର ସ୍ଥିତ ଘରେ ପହଞ୍ଚିଥିଲେ। ସେଠାରେ ପୋଲିସ ଅଭିନେତାଙ୍କ ଦୁଇ ଝିଅ ଓ ସ୍ତ୍ରୀ, ଜ୍ୱାଇଁ ଏବଂ ପୁତୁରାଙ୍କୁ ପଚରାଉଚରା କରିଛି। କୌଣସି ପାରିବାରିକ ଅଶାନ୍ତି ଯୋଗୁ ସେ ଆତ୍ମହତ୍ୟା କରିଛନ୍ତି କି ଭଳି ଅନେକ ପ୍ରଶ୍ନ ପୋଲିସ ପଚାରିଥିବା ଚର୍ଚ୍ଚା ହେଉଛି।

ପ୍ରକାଶ ଯେ, ଶୁକ୍ରବାର ରାଇମୋହନଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଜବତ କରାଯାଇଥିଲା। ସେ ଆତ୍ମହତ୍ୟା କରିଥିବା ନେଇ ଆଲୋଚନା ହେଉଛି। ତେବେ ଜଣେ ବରିଷ୍ଠ କଳାକାରଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସାଥୀ କଳାକାର ମତ ରଖିଛନ୍ତି।

Share