ପ୍ରକୃତି ମିଶ୍ରଙ୍କୁ ଘଣ୍ଟାଏ ଜେରା

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ମାମଲା ଥମିବାର ନାଁ ନେଉନାହିଁ। ଘଟଣାର ୩ ଦିନ ପରେ ପ୍ରକୃତି ଘରକୁ ଫେରିଥିବା ବେଳେ ବାବୁଶାନ ଏ ପର୍ଯ୍ୟନ୍ତ ଫେରିନାହାନ୍ତି। ତେବେ ମଙ୍ଗଳବାର ଖାରବେଳନଗରର ଏକ ପୋଲସ ଟିମ୍‌ ପଚରାଉଚରା ପାଇଁ ପ୍ରକୃତିଙ୍କ ଘରକୁ ଯାଇଥିଲା। ବାବୁଶାନଙ୍କ ସ୍ତ୍ରୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ପ୍ରକୃତିଙ୍କୁ ପ୍ରାୟ ଘଣ୍ଟାଏ କାଳ ପଚରାଉଚରା କରିଥିବା ଜଣାପଡ଼ିଛି। ତଦନ୍ତରେ ପ୍ରକୃତି ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଥାନାଧିକାରୀ କହିଛନ୍ତି।

Share