Categories: ଜାତୀୟ

୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି କଲା ପୋଲିସ

ଜମ୍ମୁ,୧୩ା୬: ଜମ୍ମୁ-କଶ୍ମୀରରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସୁରକ୍ଷା ବଳ ପକ୍ଷରୁ ଗୁରୁବାର ତଲାସି ଅଭିଯାନକୁ ବ୍ୟାପକ କରାଯାଇଛି। ବିଭିନ୍ନ ଜିଲାର ଜଙ୍ଗଲ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି।

ଏଥିରେ ପୋଲିସ ସମେତ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ସାମିଲ ହୋଇଛନ୍ତି। ଡୋଡା ଜିଲାରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ୪ ଆତଙ୍କବାଦୀଙ୍କୁ ଧରିବା ପାଇଁ କଶ୍ମୀର ପୋଲିସ ପକ୍ଷରୁ ସେମାନଙ୍କ ସ୍କେଚ୍‌ ଜାରି କରାଯାଇଛି। ଏଥିସହ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ, ୨୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି।

ମଙ୍ଗଳବାର ଆତଙ୍କବାଦୀମାନେ ଚତ୍ତେରଗାଲ୍ଲାଠାରେ ଥିବା ୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ପୋଲିସର ମିଳିତ ଚେକ୍‌ପୋଷ୍ଟ ଉପରେ ଆକ୍ରମଣ କରିଥିବାବେଳେ ବୁଧବାର ଗଣ୍ଡୋହରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ପୋଲିସ ସମେତ ୭ ଜଣ ସୁରକ୍ଷା ଯବାନ ଆହତ ହୋଇଥିଲେ।

Share