‘ପୋଲିସ ମୋ ସ୍ବାମୀଙ୍କୁ ହତ୍ୟା କରିଛି’

ଫୁଲବାଣୀ/ଗୋଚ୍ଛାପଡ଼ା, ୩୦ା୯(ରାକେଶ କୁମାର ରାଉତ/ରୋହିତ କହଁର): ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହି ଘଟଣା ପରେ ଗୋଟିଏ ପରେ ଗୋଟିଏ ପୋଲିସ ବିରୋଧରେ ନିର୍ଯାତନା ଓ ଅନ୍ୟ ଅପରାଧ ସମ୍ପର୍କିତ ଅଭିଯୋଗ ହେଉଛି। ଏଭଳିସ୍ଥଳେ ସୁମନ୍ତି ବଣ୍ଡକି ନାମ୍ନୀ ଜଣେ ମହିଳା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ଥାନା ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଶନିବାର ତାଙ୍କ ସ୍ବାମୀ ଜ୍ୟେଷ୍ଠ ବଣ୍ଡକି (୩୦)ଙ୍କ ମୃତଦେହ ଉକ୍ତ ଥାନା ଅଧୀନ ଡାଙ୍ଗଣାମୁ ଘାଟି ରାସ୍ତାରୁ ଜବତ ହୋଇଥିଲା। ପୋଲିସ ଜ୍ୟେଷ୍ଠଙ୍କୁ ମାରିଦେଇଥିବା ସୁମନ୍ତି ଗୋଚ୍ଛାପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ମୃତ ଯୁବକ ଜ୍ୟେଷ୍ଠଙ୍କ ଘର ବୌଦ୍ଧ ଜିଲା କଣ୍ଟାମାଳ ଥାନା ବେହେରାପଡ଼ା ଗ୍ରାମରେ। ତାଙ୍କ ସ୍ତ୍ରୀ ସୁମନ୍ତିଙ୍କ କହିବାନୁଯାୟୀ, ଜ୍ୟେଷ୍ଠ ଗତ ୨୬ ତାରିଖ ସକାଳ ୭ଟାରେ ତାଙ୍କ ସହଯୋଗୀ ମାର୍ଡୋଲ ଗ୍ରାମର ଦାଶରଥୀ ଦିଗାଲଙ୍କ ସହ ଗୋଚ୍ଛାପଡ଼ା ଯାଉଛୁ ବୋଲି କହି ଘରୁ ଯାଇଥିଲେ। କିଛି ସମୟ ପରେ ସୁମନ୍ତି ଫୋନ କରିବାରୁ ଜ୍ୟେଷ୍ଠ କଣ୍ଟାମାଳରେ ଥିବା ଏବଂ ଗୋଚ୍ଛାପଡ଼ାରେ ପହଞ୍ଚତ୍ଲେ କଥା ହେବେ ବୋଲି କହିଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ପୁଣି ଫୋନ କରିବାରୁ ତାଙ୍କୁ ପୋଲିସ ଧରିଛି କହି ଜ୍ୟେଷ୍ଠ ଫୋନ କାଟି ଦେଇଥିଲେ। ସୁମନ୍ତି ସଙ୍ଗେ ସଙ୍ଗେ କଣ୍ଟାମାଳ ଏବଂ ଘଣ୍ଟାପଡ଼ା ଥାନାକୁ ପଚାରିବାରୁ ସେମାନେ କାହାରିକୁ ଗିରଫ କରି ନ ଥିବା କହିଥିଲେ। ପରେ ସୁମନ୍ତିଙ୍କ ଦିଅରମାନେ ଗୋଚ୍ଛାପଡ଼ା ଥାନାକୁ ପଚାରିବାରୁ ସମାନ ଉତ୍ତର ମିଳିଥିଲା। ସେମାନେ ସନ୍ଧ୍ୟାରେ ଗୋଚ୍ଛାପଡ଼ା ଥାନାକୁ ଯାଇ ପଚାରିବାରୁ କେବଳ ଗାଡ଼ି ଜବତ କରିଛୁ, ଜ୍ୟେଷ୍ଠ ଓ ଦାଶରଥୀ ଫେରାର ହୋଇଗଲେ ବୋଲି ପୋଲିସ କହିଥିଲା। ମାତ୍ର କିଛି ସମୟ ପରେ ଥାନାର ଜଣେ ଏସ୍‌ଆଇ ଏବଂ ଏଏସ୍‌ଆଇ ଫୋନ କରି ୩୦ ହଜାର ଟଙ୍କା ଦେଲେ ଜ୍ୟେଷ୍ଠଙ୍କୁ ଛାଡ଼ିଦେବୁ ବୋଲି କହିବାରୁ ଏଥିରେ ସୁମନ୍ତି ଏବଂ ତାଙ୍କ ଦିଅରମାନେ ରାଜି ହୋଇଥିଲେ। ମାତ୍ର ଥାନା ବଡ଼ବାବୁଙ୍କ ସହ କଥା ହେବାକୁ କହି ସେମାନେ ଚୁପ୍‌ ହୋଇଯାଇଥିଲେ। ଏହାପରେ ସୁମନ୍ତି ଏବଂ ତାଙ୍କର ଦିଅରମାନେ ଦାଶରଥୀଙ୍କୁ ଧରି ପୋଲିସ ଯେଉଁଠି ସେମାନଙ୍କୁ ଧରିଥିଲା ସେଠାକୁ ଯାଇ ଖୋଜିବାରୁ ଜ୍ୟେଷ୍ଠଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସୁମନ୍ତି ଅଭିଯୋଗ କରିଛନ୍ତି ଯେ, ପୋଲିସ ଜ୍ୟେଷ୍ଠ ଓ ଦାଶରଥୀଙ୍କୁ ଅଟକାଇବାକୁ ଗୋଡ଼ାଇଥିଲା। ଏହି ସମୟରେ ଦାଶରଥୀ ଖସି ଯାଇଥିଲେ, କିନ୍ତୁ ପୋଲିସ ତାଙ୍କ ସ୍ବାମୀଙ୍କୁ ମାରି ଫୋପାଡ଼ି ଦେଇଥିବା ସୁମନ୍ତି ଏତଲାରେ ଉଲ୍ଲେଖ କରିଛନ୍ତି।
ରବିବାର ଥାନାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଥାନା ଅଧିକାରୀ ଚିରଞ୍ଜୀବୀ ବେହେରା, ସଦର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ, ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପ ପ୍ରମୁଖ ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି। ଏ ନେଇ ଅତିରିକ୍ତ ଏସ୍‌ପିଙ୍କୁ ପଚାରିବାରୁ ସେ କହିଛନ୍ତି, ଶନିବାର ଜ୍ୟେଷ୍ଠଙ୍କ ବାପା ଥାନାରେ ଏତଲା ଦେଇଥିଲେ। ଏନେଇ ଏକ ହତ୍ୟା ମାମଲା ରୁଜୁ କରିଛୁ। ରବିବାର ତାଙ୍କ ପରିବାର ଲୋକେ ଆଉ ଏକ ଅଭିଯୋଗ ଦେଇଛନ୍ତି। ସେହି ଅନୁସାରେ ଘଟଣାର ତଦନ୍ତ ଚାଲିଛି। ୨୬ ତାରିଖରେ ଯେଉଁ ପୋଲିସ ଟିମ୍‌ ଜ୍ୟେଷ୍ଠଙ୍କୁ ଧରିବାକୁ ଯାଇଥିଲା, ସେମାନଙ୍କୁ ପଚରାଉଚରା ଚାଲିଛି। ଯେଉଁମାନଙ୍କ ନଁାରେ ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସ୍‌ପି ଦୀପ କହିଛନ୍ତି। ଏ ନେଇ ଥାନାରେ ୧୦୩/୨୪ ନମ୍ବରରେ ମାମଲା ରୁଜୁ ହୋଇଛି।
ଅନ୍ୟପକ୍ଷରେ ମୃତଦେହ ଜବତ ହୋଇଥିବା ସ୍ଥାନକୁ ବୌଦ୍ଧରୁ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ଫୁଲବାଣୀରୁ ଡଗ୍‌ ସ୍କ୍ବାଡ୍‌ ଯାଇ ତଦନ୍ତ କରିଛି। ଫୁଲବାଣୀ ତହସିଲଦାର ସଚ୍ଚିଦାନନ୍ଦ ନାୟକ ଏବଂ ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ଅବିନାଶ ମିଶ୍ରଙ୍କ ଉପସ୍ଥିତିରେ ମୃତଦେହ ଜବତ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଜ୍ୟେଷ୍ଠଙ୍କ ଗ୍ରାମରୁ ଶତାଧିକ ଗ୍ରାମବାସୀ ଗୋଚ୍ଛାପଡ଼ା ହାଟଠାରୁ ପୋଲିସ ବିରୋଧରେ ଶୋଭାଯାତ୍ରା କରି ଥାନା ପାଖକୁ ଆସିବାରୁ କିଛି ସମୟ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ଏବଂ ତାଙ୍କ ଦୁଇ ପିଲାଙ୍କୁ ପାଠପଢ଼ା ଦାୟିତ୍ୱ ସରକାର ନେବାକୁ ଗ୍ରାମବାସୀ ଦାବି କରିଥିଲେ। ପୋଲିସ ସେମାନଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ପ୍ରସିଦ୍ଧ ମା’ଦଣ୍ଡକାଳୀ ଯାତ୍ରା

ପୁରୁଷୋତ୍ତମପୁର,୧୪।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସୋମବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଯାଇଛି। ଏନେଇ ପୁରୁଷୋତ୍ତମପୁର...

ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ

ମୋହନା,୧୪।୪(ମନ୍ମଥ ମିଶ୍ର): ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ। ଏହି ପବିତ୍ର ଦିନରେ ଉତ୍ସବ ମୁଖର ହୋଇ ଉଠିଛି...

ହାଇଦ୍ରାବାଦ: SRH ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୪।୪: ସୋମବାର ହାଇଦ୍ରାବାଦର ୫-ତାରକା ହୋଟେଲରେ ଅଗ୍ନିକାଣ୍ଡ ପରେ SRH ଖେଳାଳିମାନଙ୍କୁ ପାର୍କ ହାୟାତରୁ ସ୍ଥାନାନ୍ତରିତ କରାଯାଇଛି। ଗୋଟିଏ ମହଲାରେ ନିଆଁ ଲାଗିବା ମାତ୍ରେ ଅଗ୍ନିଶମ...

ଶିମିଳିପାଳ ବଫର ଜୋନ୍‌ରେ ବୁଲୁଛି କଳା ମହାବଳ

ବାରିପଦା,୧୪।୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବଫର ଜୋନ୍‌ରେ କଳା ମହାବଳ ବାଘ ବୁଲୁଛି। ଯାହାର ଭିଡିଓ ସୋସିଆଲ ମିଡିିଆରେ...

ତେଜିଲା ନ୍ୟାୟ ପ୍ରଦାନ ଦାବି: ୧୭ ଘଣ୍ଟା ପରେ ଛାତ୍ରୀଙ୍କ ମୃତଦେହ ନେଲେ ପରିବାର

ଉଦଳା,୧୩ା୪(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଶାଳଖୁଣ୍ଟା ଏସ୍‌ଏସ୍‌ଡି ଆଶ୍ରମ ବିଦ୍ୟାଳୟରେ ରବିବାର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ...

ଓଡ଼ିଆ ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମା’ ତାରିଣୀ ମନ୍ଦିର ପାଇଁ ୨୫୦ କୋଟିର DPR

ଭୁବନେଶ୍ୱର,୧୪ା୪: ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁଝରର ଘଟଗାଁସ୍ଥିତ ଆରାଧ୍ୟା...

ନବୀନଙ୍କୁ ରାଜାଙ୍କ ଚିଠି, ହାଇଜ୍ୟାକ୍‌ କଥା କହି ତେରେଛା ବାଣ ମାରିଲେ ଦେବୀ

ଭୁବନେଶ୍ୱର,୧୪ା୪: ବିଜୁ ଜନତା ଦଳରେ ନେତାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତାନ୍ତର ଦେଖିବାକୁ ମିଳୁଛି। ୱାକଫ୍‌ ବିଲ୍‌ ପ୍ରସଙ୍ଗରେ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ...

କ୍ୟାମେରାରେ କଏଦ ହେଲା ହତ୍ୟାକାରୀଙ୍କ ଭୟଙ୍କର ଚେହେରା

ବଲାଙ୍ଗୀର,୧୪ା୪(ସୁନୀଲ କୁମାର ମହାନ୍ତି): ରବିବାର ରାତିରେ ବଲାଙ୍ଗୀର ସହରର ବିଷ୍ଣୁମୁଣ୍ଡାଠାରେ ଜଣେ ବ୍ୟବସାୟୀ ମନୋଜ ନାଏକଙ୍କୁ ବୀଭତ୍ସ ଭାବରେ ହତ୍ୟାକରି ହତ୍ୟାକାରୀ ଜଣକ ଫେରାର ମାରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image