Categories: ଜାତୀୟ

କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ, ଲୁହବୁହା ଗ୍ୟାସ ଛାଡ଼ିଲା, ଟ୍ରାକ୍ଟର ଚକାରୁ ପମ୍ପ୍‌ ବି ବାହାର କରିଦେଲା

ଚଣ୍ଡିଗଡ଼,୨୩ା୨: ପୁଣିଥରେ ହରିୟାଣାରେ କୃଷକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି। କୃଷକଙ୍କ ଆନ୍ଦୋଳନ ଯୋଗୁ ଖନୌରୀ ସୀମାକୁ ଯାଉଥିବା ଚାଷୀଙ୍କୁ ପୋଲିସ ଲାଠିଚାର୍ଜ କରିଛି। ଏହା ବ୍ୟତୀତ ଚାଷୀଙ୍କ ଉପରେ ଲୁହବୁହା ଗ୍ୟାସ ମଧ୍ୟ ଛାଡ଼ିଥିଲା। ପୋଲିସ ଗାଡ଼ି ଭଙ୍ଗାରୁଜା ହୋଇଥିବା ମଧ୍ୟ ସୂଚନା ରହିଛି।

ସୂଚନାନୁଯାୟୀ, ଏହା ହେଉଛି ହିସାରର ଖେଡି ଚୌପଟାଙ୍କ ମାମଲା। ଶୁକ୍ରବାର ଅପରାହ୍ନରେ ଯେତେବେଳେ ଚାଷୀମାନେ ଖନୌରୀ ସୀମାକୁ ଚାଲିଗଲେ, ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଯେତେବେଳେ କୃଷକମାନେ ଅଟକି ନ ଥିଲେ, ପୋଲିସ ଲୁହବୁହା ଗ୍ୟାସ ସେଲ୍‌ ଛାଡ଼ି ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା। ପୋଲିସ ଚାଷୀଙ୍କ ଟ୍ରାକ୍ଟର ଚକାରୁ ପମ୍ପ୍‌ ଖୋଲିଦେଇଛି। ଚାଷୀମାନେ ପୋଲିସ ଉପରକୁ ପଥର ଫିଙ୍ଗିବା ସହ ପୋଲିସର ଗାଡ଼ି ମଧ୍ୟ ଭାଙ୍ଗିଥିଲେ। କହିରଖୁଛୁ ୧୮ ଫେବୃଆରୀରୁ ଏଠାରେ କୃଷକ ଆନ୍ଦୋଳନ ଜାରିରହିଛି।

Share