Advertisement

ପୋଲିସ-ଓକିଲ ମୁହାଁମୁହିଁ

ଦେବଗଡ଼,୧୨ା୧୨(ଡି.ଏନ୍‌.ଏ.): ଓକିଲଙ୍କ ବିରୋଧରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପ୍ରତ୍ୟାହାର ଦାବିରେ ଦେବଗଡ଼ ଜିଲା ନ୍ୟାୟାଳୟ ସମ୍ମୁଖରେ ସୋମବାର ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଜିଲା ଓକିଲ ସଂଘ ସଭାପତି ସଚିକାନ୍ତ ଦାଶଙ୍କ ନେତୃତ୍ୱରେ ଆଇନଜୀବୀମାନେ ପ୍ରତିବାଦ କରିଥିଲେ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଏବଂ ଓକିଲ ମାରଣ ନୀତି ବିରୋଧରେ ଓକିଲମାନେ ଏହି ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ସମୟରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ଧସ୍ତାଧସ୍ତି ହେଇଥିଲା। ଅନ୍ୟପକ୍ଷରେ ଆନ୍ଦୋଳନ ଚାଲିଥିବାରୁ କୋର୍ଟ କାର୍ଯ୍ୟ ବ୍ୟାହତ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share