ପୋଲିସ-ମାଓବାଦୀ ଗୁଳି ବିନିମୟ: ଟଳିପଡ଼ିଲେ ମାଓବାଦୀ ମୁନି

ମାଲକାନଗିରି,୨୦ା୧(ଡି.ଏନ୍‌.ଏ.): ମାଲକାନଗିରି ସୀମାରେ ପୋଲିସ ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀ ମହୁପଦର ଏଲ୍‌ଓଏସ କମାଣ୍ଡର ମୁନି ବୋଲି ଜଣାପଡ଼ିଛି । ମୁନିଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।

ସୂଚନାଯୋଗ୍ୟ, କଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକପାଲ ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେଶନ କରୁଥିବା ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଯାହାର ଦୃଢ଼ ଜବାବ ଦେଇଥିଲେ ଯବାନ। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ ଗୋଟିଏ ୧୨ ବୋର ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

Share