ତୁଳସୀପାହାଡ଼ରେ ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି, ୧୫।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ତୁଳସୀପାହାଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଛି। ଡିଭିଏଫ୍‌ ଓ ଏସ୍‌ଓଜି ବାହିନୀ  ମିଳିତଭାବେ  କୋମ୍ବିଂ ଅପରେଶନ କରୁଥିବାବେଳେ ତୁଳସୀପାହାଡ଼ରେ ମାଓବାଦୀ କ୍ୟାମ୍ପ ଠାବହୋଇଥିଲା।  ଏହି ସମୟରେ ଉଭୟ ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ସୂଚନାନୁଯାୟୀ, ତିନିଦିନ ପୂର୍ବରୁ ମଧ୍ୟ ତୁଳସୀପାହାଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।  ସେଥିରେ ୩ଜଣ ମାଓବାଦୀ ନିହତ ହୋଇଥିବାବେଳେ ବିପୁଳ ପରିମାଣର ବିସ୍ଫୋରକ  ସାମଗ୍ରୀ ଜବତ ହୋଇଥିଲା।