ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୧୬ା୭(ଡି.ଏନ୍‌.ଏ.): ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଗୁରୁବାର ପୋଲିସ ମାଓବାଦୀ ଗୁଳି ବିନିମୟ ହୋଇଛି। ଏହି ସମୟରେ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ଏକ ବଡ଼ଧରଣର ମାଓବାଦୀ କ୍ୟାମ୍ପ ଠାବ ହୋଇଥିଲା। ଡିଭିଏଫ୍‌ ଏବଂ ଏସ୍‌ଓଜିର ମିଳିତ ଚଢ଼ାଉରେ ଏହି ବଡ଼ଧରଣର ସଫଳତା ମିଳିଛି। ପୋଲିସ ମାଓବାଦୀ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ପୋଲିସର ଗୁଳିକୁ ସାମ୍ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଏହି କ୍ୟାମ୍ପ୍‌ରେ ଅନେକ ଟପ୍‌ କ୍ୟାଡର ମାଓବାଦୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘଟଣାସ୍ଥଳରୁ ଗୋଟିଏ ୩୦୩ ବନ୍ଧୁକ ଏବଂ ବିପୁଳ ପରିମାଣର ମାଓବାଦୀ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ। ମାଲକାନଗିରି ଏସ୍‌ପିଙ୍କ ନେତୃତ୍ୱରେ ଏହି ଅପରେଶନ ହୋଇଥିଲା।