ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୨୫ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାର ଚିନ୍ତାଗୁମ୍ଫା ଅଞ୍ଚଳ ନିକଟ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମାଓବାଦୀମାନଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ଯବାନମାନେ ସେହି ଅଞ୍ଚଳରେ କମ୍ବିଂ ଅପରେଶନ କରୁଥିବା ବେଳେ ଯବାନମାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ତେବେ ଯବାନମାନେ ମଧ୍ୟ ଏହାର ପାଲଟା ଜବାବରେ ଗୁଳିଚାଳନା କରିଥିଲେ। ତେବେ ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ଗୁଳି ବିନିମୟ ଚାଲିଛି। ଡିଆରଜି ଓ ସିଆରପିଏଫ୍‌ ଯବାନମାନଙ୍କ ସହ ମାଓବାଦୀଙ୍କ ମଧ୍ୟରେ ବର୍ତ୍ତମାନ ଗୁଳି ବିନିମୟ ଚାଲିଥିବା ସୁକୁମା ଏସ୍‌ପି ସୁନୀଲ ଶର୍ମା ପ୍ରକାଶ କରିଛନ୍ତି।

Share