କୋଟିଆରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ପଟ୍ଟାଙ୍ଗୀ,୧୨ା୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ଦଳ ମଧ୍ୟରେ ସେତିକି ତତ୍ପରତା ପ୍ରକାଶ ପାଉଛି। ଏକ୍ଷେତ୍ରରେ ମଧ୍ୟ ପ୍ରଶାସନ ପଛରେ ପଡିନାହିଁ। ଶୁକ୍ରବାର ପ୍ରଶାସନ ପକ୍ଷରୁ କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆରେ ନିର୍ବାଚନ ସ୍ଥିତି ପରଖାଯିବା ସହ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ନିର୍ବାଚନରେ ଯେପରି କୌଣସି ବିଶୃଙ୍ଖଳା ସୃଷ୍ଟି ନହୁଏ ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଏସ୍‌ପି ବରୁଣ ଗୁଣ୍ଠୁପାଲିଙ୍କ ନିର୍ଦ୍ଦେଶରେ ସୁନାବେଡା ଏସ୍‌ଡିପିଓ ମନୋଜ ବେହେରାଙ୍କ ନେତୃତ୍ୱରେ ଏହି ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା। କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇଥିବା ଫ୍ଲାଗ୍‌ ମାର୍ଚ୍ଚ ମାଡକାର, ଫଗୁଣସିନେରି, ଉପରସେମ୍ବି, ନେରିଡିବାଲସା, ତାଡିବାଲସା, ଗଞ୍ଜେଇପଦର ଆଦି ଗ୍ରାମରେ ପହଞ୍ଚତ୍ ଲୋକମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଥିଲା। ଶାନ୍ତିଶୃଙ୍ଖଳାର ସହ ଲୋକେ ନିଜ ନିଜ ବୁଥ୍‌ରେ ପହଞ୍ଚତ୍ ନିର୍ଭୟରେ ଭୋଟ ଦେବାକୁ ଅବଗତ କରାଯାଇଥିଲା। ଏଏସ୍‌ଆଇ ପ୍ରତାପ ଚନ୍ଦ୍ର ଦଣ୍ଡସେନା, ଏଏସ୍‌ଆଇ ଧନୁର୍ଜୟ ମୁର୍ମୁ , ଏଏସ୍‌ଆଇ ନରସିଂହ ଦୋରାଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଫ୍ଲାଗ୍‌ମାର୍ଚ୍ଚରେ ସାମିଲ ହୋଇଥିଲେ।

Share