Categories: ଜାତୀୟ

ଦୀପାବଳି ପାଇଁ ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୪ ।୧୧: ଦୀପାବଳି ଅବସରରେ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣକୁ ନଜରରେ ରଖି ହାଇ ଆଲର୍ଟ ଜାରି କରାଯାଇଛି । ଏହାକୁ ନେଇ ଦିଲ୍ଲୀ ପୋଲିସ ବି ସଜାଗ ହୋଇଯାଇଛି । ପୋଲିସ ଦ୍ୱାରା ଭିଡ ସ୍ଥାନର ଯାଞ୍ଚ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଗୁଇନ୍ଦା ସଂସ୍ଥା ଦ୍ୱାରା ଆତଙ୍କବାଦୀ ଆକ୍ରମଣ ଯୋଜନା ଥିବା କଥା ସୂଚନା ମିଳିବା ପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଗୁଇନ୍ଦା ସଂସ୍ଥା କହିଛି ଆତଙ୍କବାଦୀମାନେ ଭିଡ ସ୍ଥାନରେ ଆକ୍ରମଣ କରି ପାରନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୧୪ ସେପ୍ଟେମ୍ବରରେ ପାକିସ୍ତାନ ସ୍ଥିତ ଏକ ଆତଙ୍କବାଦୀ ସଂସ୍ଥାର ପର୍ଦ୍ଦା ହଟାଇବା ସହ ୭ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଯେଉଁମାନେ ଏହି ଉତ୍ସବ ସମୟରେ ଆକ୍ରମଣ ଯୋଜନା କରୁଥିଲେ । ଏବେବି ଏହି ଅଭିଯୁକ୍ତମାନେ ପୋଲିସ ହାଜତରେ ରହିଛନ୍ତି । ଦେଶର ଗୁଇନ୍ଦା ସଂସ୍ଥାକୁ ପୂର୍ବରୁ ଖବର ମିଳିଥିଲା କି ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଆଇଏସ୍ ଉତ୍ସବ ସମୟରେ ଦେଶରେ ଆକ୍ରମଣ ଯୋଜନା କରୁଛି । ଏହାକୁୁ ନେଇ ରାଜଧାନୀ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା ।

Share