ଝାରସୁଗୁଡ଼ା ଅଫିସ,୧୨ା୫: ଝାରସୁଗୁଡା ସହରରେ ଦ୍ରୁତଗତିରେ ଚଳାଚଳ କରୁଥିବା ୯ ବୁଲେଟ୍କୁ ଟାଉନ ଥାନା ପୋଲିସ ଧରି ଏଥିରେ ଲାଗିଥିବା ମାତ୍ରାଧିକ ଶବ୍ଦ ପ୍ରଦୂଷଣକାରୀ ସାଇଲେନ୍ସରକୁ ଖୋଲିଦେଇଛି। ପୋଲିସ ଧରିଥିବା ସମସ୍ତ ବୁଲେଟ୍ ଆର୍ଟିଓଙ୍କୁ ଜିମାଦେଲା ପରେ ଚାଳକଙ୍କ ନିକଟରୁ୧ଲକ୍ଷ ୩୮ହଜାର ଟଙ୍କା ଜରିମାନା ଅସୁଲ କରାଯାଇଛି। ସୂଚନାଯୋଗ୍ୟ, କିଛିଦିନ ହେଲା କେତେକ ବୁଲେଟ୍ ଚାଳକ ଗାଡିରେ ଭିନ୍ନଧରଣର ସାଇଲେନ୍ସର ଲଗାଇ ସହର ପ୍ରଦୂଷଣ କରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିଲେ। ଏହି ଘଟଣା ଏସ୍ପି ରାହୁଲ ଜୈନଙ୍କ ଦୃଷ୍ଟିକୁ ଆସିବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ଟାଉନ ଥାନା ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚକରି ବୁଲେଟ୍ଗୁଡିକୁ ଜବତ କରିଛନ୍ତି।