Categories: ଫୁରସତ

ବେଦୀରୁ ବରଙ୍କୁ ଉଠାଇନେଲା ପୋଲିସ, ପଛେ ପଛେ ଦୌଡ଼ିଲେ କନ୍ୟା; କାରଣ ଜାଣିଲେ…

ଏକ ବିବାହ ଉତ୍ସବ ଚାଲିଥିବାବେଳେ ପୋଲିସ ପହଞ୍ଚି ବରଙ୍କୁ ଉଠାଇ ନେଇଛି। ବେଦୀ ନିକଟରୁ ବରଙ୍କୁ ପୋଲିସ ନିଜ ଗାଡ଼ିରେ ବସାଇ ନେଇ ଯାଇଛି। ଏହା ଦେଖି ଉପସ୍ଥିତ ଅତିଥି ଏବଂ କନ୍ୟା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ବରଙ୍କୁ ପୋଲିସ ନିକଟରୁ ଛଡ଼ାଇ ଆଣିବା ପାଇଁ କନ୍ୟା ପୋଲିସ ଗାଡ଼ି ପଛେ ପଛେ କନ୍ୟା କିଛି ଦୂର ଗୋଡ଼ାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଘଟଣାଟି ଦକ୍ଷିଣ ଆମେରିକାର ଇକ୍ୱାଡୋରରେ ଘଟିଛି। ଏଠାରେ ଏକ ବିବାହ ସମାରୋହ ଚାଲିଥିବା ବେଳେ ପୋଲିସ ବେଦୀ ନିକଟରେ ପହଞ୍ଚି କେହି କିଛି ବୁଝିବା ପୂର୍ବରୁ ବରଙ୍କୁ ଉଠାଇ ନେଇଥିଲା।

କୁହାଯାଉଛି, ବର ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ନ ନେଇ ଦ୍ୱିତୀୟ ବିବାହ କରୁଥିଲେ। ପ୍ରଥମ ସ୍ତ୍ରୀ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବରଙ୍କୁ ଉଠାଇ ନେଇଥିଲା। ବରଙ୍କୁ ଥାନାରେ ଅଟକ ରଖି ଏ ସମ୍ପର୍କରେ ପଚରାଉଚରା କରୁଛି।

Share