
ହିଞ୍ଜିଳିକାଟୁ,୧୭।୩(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ମୋହିଗୁଡା ଘୋଡାହାଡ ନଦୀ କୂଳରେ ରବିବାର ବିଳମ୍ବିତ ରାତିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ଚଢ଼ାଉ କରିଛି। ଚଢ଼ାଉରେ ୨ ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ କିଛି ଜୁଆଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗିରଫ ଜୁଆଡିମାନେ ହେଲେ କୋଟିନଡା ଥାନା ବାବନପୁର ଗ୍ରାମର ଜିତେନ୍ଦ୍ର ନାଇକ ଓ ପାଟପୁର ଥାନା ଖଲିଙ୍ଗି ଗ୍ରାମର ଅରୁଣ ରାଉତ। ଘଟଣାସ୍ଥଳରୁ ପୋଲିସ ୯ ହଜାର ୬ ଶହ ୩୦ ଟଙ୍କା ସମେତ ୨ଟି ମୋବାଇଲ ଫୋନ ଓ ୪ଟି ବାଇକ ଜବତ କରିଥିବା ସୂଚନା ମିଳିଛି।