Categories: ଜାତୀୟ

ଦଳିତ ଯୁବତୀଙ୍କୁ ପୋଲିସର ଗଣବଳାତ୍କାର ପରେ ହତ୍ୟା

ଜୟପୁର, ୨୨ା୬ : ରାଜସ୍ଥାନର ବିକାନେର ଜିଲାରେ ଜଣେ ୨୦ ବର୍ଷୀୟା ଦଳିତ ଛାତ୍ରୀ କୋଚିଂ କ୍ଲାସ୍‌ ଯାଉଥିବାବେଳେ ତାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ୨ ଜଣ ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ଭୂମିକା ରହିଥିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି। ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ଧାରଣାରେ ଭାଜପା ନେତାମାନେ ସାମିଲ ହୋଇଛନ୍ତି। ଉତ୍ତେଜନା ଲାଗିରହିଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି। ମଙ୍ଗଳବାର ଅପରାହ୍ନରେ ଖଜୁଓ୍ବାଲା ଅଞ୍ଚଳରୁ ପୀଡ଼ିତାଙ୍କ ମୃତଦେହ ମିଳିଥିଲା। ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଜଣେ ଯୁବକଙ୍କ ସହ ଖଜୁଓ୍ବାଲା ଥାନାର କନ୍‌ଷ୍ଟେବଲ ମନୋଜ ଏବଂ ଭଗିରଥଙ୍କ ବିରୋଧରେ ଏତଲା ଦାଏର କରିଛନ୍ତି। ଅନ୍ୟ କେତେଜଣଙ୍କ ଉପରେ ପରିବାର ସଦସ୍ୟ ସନ୍ଦେହ କରୁଥିବାବେଳେ ପୋଲିସ ସେମାନଙ୍କୁ ଖୋଜୁଛି।

 

Share