ଇସଲାମାବାଦ,୧୬।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ଲାଗି ଗୁରୁବାର ପୋଲିସ ଲାହୋରସ୍ଥିତ ବାସଭବନରେ ପହଞ୍ଚିିଛି। ଏଥିସହିତ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ସମର୍ଥକମାନେ କଣ୍ଟେନର ରଖି ପାର୍ଟି ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ବାସଭବନର ପ୍ରବେଶ ଦ୍ୱାର ବନ୍ଦ କରିଦେଇଛନ୍ତି। ତେବେ ପୋଲିସ ଇମ୍ରାନ ଖାନଙ୍କ ଘରଠାରୁ କିଛି ଦୂରରେ ଠିଆ ହୋଇଥିବା ଜଣାପଡିଛି।
ତୋସାଖାନା ମାମଲାରେ ଗିରଫ ୱାରେଣ୍ଟକୁ ସ୍ଥଗିତ ରଖିବାକୁ ଇମ୍ରାନ ଖାନଙ୍କ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ମାର୍ଚ୍ଚ ୧୮ ରେ ଇମ୍ରାନଙ୍କୁ ଗିରଫ କରି ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଗୁରୁବାର ଅତିରିକ୍ତ ଜିଲା ତଥା ସେସନ୍ସ କୋର୍ଟ ବିଚାରପତି କହିଛନ୍ତି ଯେ, ଯଦି ଇମ୍ରାନ ଖାନ କୋର୍ଟରେ ଆତ୍ମସମର୍ପଣ କରନ୍ତି ତେବେ ସେ ପୋଲିସକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବେ ନାହିଁ।