୩ ଘଣ୍ଟା ଧରି ସଲମାନଙ୍କ ବୟାନ ରେକର୍ଡ କଲା ପୋଲିସ

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ ଖାନଙ୍କ ମୁମ୍ବାଇ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ୨ ମାସ ତଳେ କିଛି ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ଅଭିଯୁକ୍ତ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇପାରି ନ ଥିଲେ ଏବଂ ସଙ୍ଗେ ସଙ୍ଗେ ସେଠାରୁ ପଳାଇ ଯାଇଥିଲେ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥିଲା। ବର୍ତ୍ତମାନ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଏହି ମାମଲାରେ ସଲମାନଙ୍କ ବୟାନ ରେକର୍ଡ କରିଛି।

ସଲମାନ କହିଛନ୍ତି, ଏପ୍ରିଲ ୧୪ରେ ସେ ଗୁଳି ଶବ୍ଦ ଶୁଣି ସେ ଉଠିପଡ଼ିଥିଲେ। ଯେତେବେଳେ ଦୁଇଜଣ ବାଇକ ଆରୋହୀ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନ ବାହାରେ ଗୁଳି ଚଳାଇଥିଲେ। ଏହାପୂର୍ବରୁ ମୁମ୍ବାଇ ପୋଲିସ ସଲମାନଙ୍କ ଭାଇ ଅରବାଜ ଖାନ ଏବଂ ସୋହେଲ ଖାନଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା। ଏହି ଘଟଣାରେ ଉଭୟ ଭାଇ ପୋଲିସକୁ ଜୁନ୍‌ ୪ରେ ବୟାନ ଦେଇଥିଲେ।

ପୋଲିସ କହିଛି, ଲରେନ୍ସ ବିଷ୍ରୋୟୀଙ୍କ ଗ୍ୟାଙ୍ଗ ଦ୍ୱାରା ନିଯୁକ୍ତ ସୁଟରମାନେ ସଲମାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ମୁମ୍ବାଇ କ୍ରାଇମ ଶାଖା ଅଧିକାରୀଙ୍କ ସମେତ ଚାରିଜଣିଆ ଟିମ୍‌ ସଲମାନ ଏବଂ ତାଙ୍କ ଭାଇ ଅରବାଜଙ୍କ ବୟାନ ରେକର୍ଡ କରିବା ପାଇଁ ଜୁନ ୪ରେ ଅଭିନେତାଙ୍କ ଘରେ ପହଞ୍ଚିଥିଲେ। ଉଭୟ ଭାଇଙ୍କୁ ମୋଟ୍‌ ୬ ଘଣ୍ଟା ପଚରାଉଚରା କରାଯାଇଥିଲା। ସଲମାନ ପୋଲିସକୁ କହିଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ଥିବା ଅନୁଭବ କରିଛନ୍ତି ଏବଂ ମାମଲାର ଅନୁସନ୍ଧାନ ବେଳେ ସହାୟତା ପାଇଁ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ସଲମାନ ପୋଲିସକୁ କହିଛନ୍ତି, ଘଟଣା ଦିନ ସେ ଘରେ ଥିଲେ ଏବଂ ପାର୍ଟି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଇଥିଲେ। ସେ ତାଙ୍କ ଫ୍ଲାଟର ବାଲକୋନୀରେ ଗୁଳି ବାଜିବାର ଶବ୍ଦ ଶୁଣି ସେ ପୋଲିସକୁ କହିଥିଲେ। ସେ ଏଥିରେ ଚକିତ ହୋଇ ଉଠିବା ପରେ ସେ ବାଲକୋନିକୁ ଯାଇ ବାହାରେ ଦେଖିଲେ କିନ୍ତୁ ସେ କାହାକୁ ପାଇ ନ ଥିଲେ।

ଗୁଳି ବିନିମୟ ସମୟରେ ତାଙ୍କ ଜୁହୁ ନିବାସରେ ଥିବା ସଲମାନଙ୍କ ଭାଇ ଅରବାଜଙ୍କ ବୟାନ ମଧ୍ୟ ପୋଲିସ ରେକର୍ଡ କରିଛି କିନ୍ତୁ ଗ୍ୟାଙ୍ଗ ଦ୍ୱାରା ସଲମାନଙ୍କୁ ଦିଆଯାଇଥିବା ପୂର୍ବ ଧମକ ବିଷୟରେ ସେ ଜାଣିଥିଲେ। ତାଙ୍କ ଭାଇଙ୍କୁ ଦୁଇ ଘଣ୍ଟା ପଚରାଉଚରା କରାଯାଉଥିବା ବେଳେ ସଲମାନଙ୍କ ବୟାନ ତିନି ଘଣ୍ଟା ଧରି ରେକର୍ଡ କରାଯାଇଥିଲା। ଦୁଇ ଭାଇଙ୍କୁ ୧୫୦ରୁ ଅଧିକ ପ୍ରଶ୍ନ ପଚରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ଏହି ସ୍କିମ୍‌ ଆଣିପାରେ ଭାଜପା: ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ବିରୋଧୀ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର...

ଗୋଦାମରେ ସଢ଼ୁଛି ୯ ଲକ୍ଷ କୁଇଣ୍ଟାଲ ଖାଦ୍ୟଶସ୍ୟ

ଭୋପାଳ, ୯ା୧: ସରକାରୀ ବ୍ୟବସ୍ଥାରେ ଅବହେଳା ଯୋଗୁ ମଧ୍ୟପ୍ରଦେଶର ଡିଣ୍ଡୋରି ସହରରେ ଥିବା ସରକାରୀ ଗୋଦାମଗୁଡ଼ିକରେ ୯ ଲକ୍ଷ କୁଇଣ୍ଟାଲର ଖାଦ୍ୟଶସ୍ୟ ସଢ଼ି ନଷ୍ଟ ହୋଇଛି।...

ଶମ୍ଭୁ ସୀମାରେ ଚାଷୀଙ୍କ ଆତ୍ମହତ୍ୟା

ପଟିଆଲା,୯।୧:ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଆନ୍ଦୋଳନରତ ଜଣେ ମଧ୍ୟବୟସ୍କ ଚାଷୀ ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପଟିଆଲ ହସ୍ପିଟାଲ ନିଆଯାଇଥିବା ବେଳେ...

କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣାରେ ଆହତଙ୍କର ହେବ କ୍ୟାସଲେସ୍‌ ଚିକିତ୍ସା, ଜାଣନ୍ତୁ ଯୋଜନା ନେଇ ସବୁକିଛି…

ନୂଆଦିଲ୍ଲୀ,୯।୧: ମୋଦି ସରକାର ସଡକ ଦୁର୍ଘଟଣାରେ ପୀଡ଼ିତଙ୍କୁ ଆଶ୍ୱସ୍ତି ଦେବାର ଯୋଜନା କରୁଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି। ସରକାର...

ସମଲିଙ୍ଗୀ ବିବାହ ଆବେଦନ ଖାରଜ, ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ,୯।୧: ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ମାମଲାରେ ଦେଇଥିବା ରାୟର ପୁନର୍ବିଚାର କରିବାକୁ ମନା କରିଦେଇଛନ୍ତି। ଏହାସହିତ କୋର୍ଟ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଥିଲେ...

‘ଏମରଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ଅନୁରୋଧ କଲେ କଙ୍ଗନା, ଜବାବ ମିଳିଲା…

ମୁମ୍ବାଇ: ବଲିଉଡ୍‌ ଅଭିନେତା-ନିର୍ଦ୍ଦେଶକ ତଥା ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ‘ଏମରଜେନ୍ସିଂ’ ନାନାଦି ବିବାଦ ପରେ ରିଲିଜ ହେଉଛି। ଜାନୁଆରୀ ୧୭ରେ ଏହା ପରଦାକୁ...

ମାସକ ମଧ୍ୟରେ ହିଟ୍‌ ହେଲା ‘ବୀମା ସଖି ଯୋଜନା’; ୫୦୦୦୦ ଛୁଇଁଲା ରେଜିଷ୍ଟ୍ରେଶନ ସଂଖ୍ୟା, ଏଭଳି କରନ୍ତୁ ଆବେଦନ… 

ନୂଆଦିଲ୍ଲୀ,୯।୧: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ଦ୍ୱାରା ଆରମ୍ଭ କରାଯାଇଛି ବୀମା ସଖି ଯୋଜନା। ଏହା ଆରମ୍ଭ ହେବାର ଏକ ମାସ ମଧ୍ୟରେ ୫୦ ହଜାରରୁ...

‘ଇଣ୍ଡିଆ ଗଠବନ୍ଧନ ଶେଷ ହୋଇଗଲା’, କଂଗ୍ରେସ ନେତା ପଓ୍ବନ ଖେରାଙ୍କ ବଡ଼ ବୟାନ, କହିଦେଲେ ଭିତିରିକଥା..

ନୂଆଦିଲ୍ଲୀ,୯।୧: ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କୁ କ୍ଷମତାରୁ ହଟାଇବା ଉଦ୍ଦେଶ୍ୟରେ ଗଠିତ ଅଖିଳ ଭାରତୀୟ ମେଣ୍ଟ କ’ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri