ଶ୍ମଶାନରୁ ମହିଳାଙ୍କ ଦରପୋଡ଼ା ମୃତଦେହ ଜବତ କଲା ପୋଲିସ

ଲୋଇସିଂହା,୭।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ବୁର୍ଡା ଗ୍ରାମର ଜଣେ ବିବାହିତା ମହିଳାଙ୍କ ଦରପୋଡ଼ା ମୃତଦେହ ଲୋଇସିଂହା ପୋଲିସ ଶ୍ମଶାନରୁ ଶୁକ୍ରବାର ଉଦ୍ଧାର କରିଛି। ସମ୍ପୃକ୍ତ ମହିଳା ହେଲେ ସୁଦାମ ବଣିଆଙ୍କ ସ୍ତ୍ରୀ ନମିତା ବଣିଆ(୩୧)। ନମିତାଙ୍କ ବାପ ଘର୍‌ ଲୋକ ଅଭିଯୋଗ ଆଧାରରେ ପୋଲିସ ମହିଳାଙ୍କ ସ୍ବାମୀ, ଶାଶୁ, ଶ୍ୱଶୁର, ପୁତୁରା ଏବଂ ଅନ୍ତିିମ ସତ୍କାରରେ ସାମିଲ ହୋଇଥିବା କେତେକ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ପୋଲିସ ସୂଚନା ଅନୁଯାୟୀ, ବରଗଡ଼ ଜିଲା ଅତାବିରା ଥାନା ପାହାଡ଼ଶ୍ରୀଗିଡା ମା ଅଯୋଧ୍ୟା ସରାଫ, ବାପା ସମ୍ପଦ ସରାଫଙ୍କ ଝିଅ ନମିତାଙ୍କୁ ୧୫ ବର୍ଷ ତଳେ ଲୋଇସିଂହା ବୁର୍ଡା ଗ୍ରାମର ସୁଦାମ ବିବାହ କରିଥିଲେ। ଇତିମଧ୍ୟରେ ସେମାନଙ୍କ ଦୁଇ ପୁତ୍ର ସନ୍ତାନ ଅଛନ୍ତି। ନମିତାଙ୍କ ବଡ଼ ଭଉଣୀ ବବିତା କହିଛନ୍ତି, ବୁଧବାର ନମିତାଙ୍କ ସହ କଥା ହୋଇଥିଲେ। ସାବିତ୍ରୀ ବ୍ରତ ପାଇଁ ପୂଜା ସାମଗ୍ରୀ କିଣି ଆସିଥିବା କହିଥିଲେ। ଏପରିକି ବଡ଼ପୁଅ ରୋହନ ନୂଆ ଫୋନ କିଣିବାକୁ ଜିଦ କରି ଟଙ୍କା ମାଗୁ ଥିଲା। କେଉଁଠୁ ଟଙ୍କା ଆଣି ବି କହିବାରୁ ତାଙ୍କୁ ଝାଡୁ ଧରି ମାଡ଼ ମାରି ଥିଲା। ହାତରେ ବାଲଟି ଧରି ଥିବାରୁ ପୁଅ ରୋହନର ମୁଣ୍ଡରେ ବାଲଟି ବାଜି ଆଘାତ ପ୍ରାପ୍ତ ହୋଇଥିଲା। ଶାଶୁ ଘର୍‌ ଲୋକେ ପୁଅ ଚିକିତ୍ସା କରାଇଥିଲେ। ଏହାପରଠୁ ସେମାନେ ଉତକ୍ଷିପ୍ତ ହୋଇ ତାଙ୍କୁ ଗାଳିଗୁଲଜ କରି ପୁଅକୁ ଦେଖିବାକୁ ଦେଇ ନ ଥିବା କହିଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ଗୁରୁବାର ରାତିରେ ମୋ ଭଉଣୀଙ୍କୁ ଜୀବନରେ ପିଟିପିଟି ମାରି ସେ ଅଭିଯୋଗ କରିଛନ୍ତି। ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଯାଇ ଟ୍ରେନ ଲାଇନରେ ପକାଇ ଦେଇଥିଲେ। ପରେ ମୃତଦେହକୁ ଆଣି ଏକ ନିଛାଟିଆ ସ୍ଥାନରେ କିଛି ଗ୍ରାମବାସୀଙ୍କ ସହ ପରିବାର ଲୋକେ ପୋଡ଼ି ଦେଇଥିଲେ। ଭାଇମାନେ ଘଟଣା ସମ୍ପର୍କରେ ଜାଣିବା ପରେ ହତ୍ୟା ସନ୍ଦେହ କରି ପୋଲିସ କଣ୍ଟ୍ରୋଲ ରୁମକୁ ଜଣାଇଲେ। ପରେ ସ୍ଥାନୀୟ ପୋଲିସ ଗାଁରେ ପହଞ୍ଚି ଥିଲା। ମୃତଦେହକୁ ସମ୍ପୃକ୍ତ ପରିବାର ଲୁଚାଛପାରେ ପୋଡ଼ି ଦେଉଥିବା ଜାଣିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଧରି ମୃତଦେହ ସତ୍କାର ସ୍ଥାନରେ ପୋଲିସ ପହଞ୍ଚି ନିଆଁ ଲିଭାଇ ଥିଲା। ସେତିକିବେଳକୁ ମୃତଦେର ୯୦ ଭାଗ ପୋଡ଼ି ଯାଇଥିଲା। ପୋଲିସକୁ ଦେଖି ଶବ ସତ୍କାର ଜାଗାରେ ଥିବା ସମ୍ପର୍କୀୟ ଛତ୍ର ଭଙ୍ଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri