ଜୁଆ ଆଡ୍ଡାରେ ଚଢାଉ ବେଳେ ଆକ୍ରମଣ, ମାମଲା ରୁଜୁ କଲା ପୋଲିସ       

ଦିଗପହଣ୍ଡି, ୧୯।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ଭୀଷ୍ମଗିରି ଇଲାକାରେ ମଙ୍ଗଳବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ଗ୍ରାମ ନିକଟ ଏକ ଆମ୍ବତୋଟାରେ ଗ୍ରାମର ରାଜା ମହାନ୍ତି, ଶରତ ବେହେରା ଏବଂ ସୁରେନ୍ଦ୍ର ନାଇକ ଙ୍କ ନେତୃତ୍ୱରେ  ଜୁଆ ଆଡ୍ଡା ଚାଲିଥିବା ଖବର ପାଇଥିଲେ।

ଥାନା ଏସ.ଆଇ ଏନେଇ ବ୍ରହ୍ମପୁର ଏସ.ପି ଡ଼. ସର୍ବଣା ବିବେକ ଏମ,ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ ଏବଂ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଙ୍କୁ ଘଟଣା ଜଣାଇଥିଲେ।ଜୁଆ ଆଡ୍ଡାରେ ଚଢାଉ ପାଇଁ ଅନୁମତି ମିଳିବା ପରେ ପୋଲିସ ଟିମ୍ ଉକ୍ତ ଜୁଆ ଆଡ୍ଡାରେ ଚଢାଉ କରିଥିଲେ।ସେଠାରେ ପ୍ରାୟ ୨୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଜୁଆ ଖେଳୁଥିଲେ। ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଅଭିଯୁକ୍ତ ରାଜା,ଶରତ ଓ ସୁରେନ୍ଦ୍ର ଙ୍କୁ ଧରି ଥିବା ବେଳେ ସେମାନେ ତାଙ୍କୁ ଧକ୍କା ମାରିବା ସହ ହାବିଲଦାର ଅଜୟ କୁମାର ଶତପଥିଙ୍କୁ ମାଡ଼ ମାରି  ଦୌଡ଼ି ପଳାଇଥିଲେ।

ପୋଲିସ ଟିମ୍ ଚଢ଼ାଉ କରିଥିବା ଜାଣିବା ପରେ ଅନ୍ୟ ଜୁଆଡି ମାନେ ଅନ୍ଧାର ରାତି ର ସୁଯୋଗ ନେଇ ଖସି ପଳାଇଥିଲେ।ପୋଲିସ ସେଠାରୁ ୭ ଟି ବାଇକ,ତାସ ମୁଠା, ଜରିପାଲ ଜବତ କରିଥିଲେ। ଏନେଇ ଥାନା ଏସ.ଆଇ ଥାନାରେ ଏତଲା ଦେବାପରେ ଆଇଆଇସି ଥାନା ମାମଲା ନଂ.୧୧୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଗିରଫ ଭୟରେ ଅଭିଯୁକ୍ତ ମାନେ ଗ୍ରାମରୁ ଫେରାର ଥିବା ତଦନ୍ତକାରୀ ଅଧିକାରୀ ଏସ.ଆଇ ଦୁଷ୍ମନ୍ତ କୁମାର ପ୍ରଧାନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଧଡକ ଗଛକଟା ଅଭିଯୋଗ: ତାତିଲେ ମହିଳା

ଅମରପାଲି,୧୯।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମଠାରୁ ହାତିଲିମୁଣ୍ଡା ଯାଇଥିବା ରାସ୍ତାର ଉଭୟ ପାଶର୍‌ବରେ ଓ ସଂରକ୍ଷିତ ଜଙ୍ଗଲରେ...

ସକାଳୁ ସକାଳୁ ଫରେଷ୍ଟ ରେଞ୍ଜରଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡ଼ା,୧୯।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛୁ ଭିଜିଲାନ୍ସ ଟିମ। ଆୟର୍ବହିଭୂତ୍ତ ସମ୍ପତ୍ତି...

ବଲାଙ୍ଗିରରେ ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଟ୍ରକ ଜବତ, ଦୁଇ ଅଭିଯୁକ୍ତ ଅଟକ

ବଲାଙ୍ଗିର,୧୮ା୯: ବଲାଙ୍ଗିର ବନ ଖଣ୍ଡ ବିଭାଗ ପକ୍ଷରୁ ବିଜାଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଏକ ଟ୍ରକ (WB 25N...

‘ଆସ ସ୍କୁଲ ଯିବା’: ଅଧାରୁ ପାଠ ଛାଡିଥିବା ୨୬ ଛାତ୍ରୀଛାତ୍ର ପୁଣି ପଢିବେ ପାଠ

ବରଗଡ,୧୮।୯(ପ୍ରେମାନନ୍ଦ ଖମାରୀ): ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଆସ ସ୍କୁଲ ଯିବା’...

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ଗୋପାଳପୁର,୧୮ା୯(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଏକ ଗ୍ରାମର ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର ମାମଲାରେ ଗୁରୁବାର ପୋଲିସ ଜଣେ ଯୁବକଙ୍କୁ ଗିରଫ...

୫ଟି ପଞ୍ଚାୟତବାସୀ ନିର୍ଭର କରୁଥିବା ରାସ୍ତା ଏବେ ବିପଦପୂର୍ଣ: ମାଡି ଆସିଲାଣି ଗଛ ଡାଳ

ଗଞ୍ଜାମ,୧୮।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମଠାରୁ କଲ୍ୟାଣପୁର ପର୍ଯ୍ୟନ୍ତ ରାସ୍ତା ବର୍ତ୍ତମାନ ବିପଦପୂର୍ଣ । ପାଞ୍ଚଟି ପଞ୍ଚାୟତ ତଥା...

୨୧ରେ ମାଓବାଦୀ ପାଳିବେ ପ୍ରତିଷ୍ଠା ଦିବସ: ବ୍ୟାନର ଲଗାଇ…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା, ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ ବ୍ଲକ୍‌କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଏକାଧିକ...

ଫାଇନାନ୍ସ ସଂସ୍ଥାର ଏଜେଣ୍ଟଙ୍କୁ ଅପହରଣ କରି କୋଟିଏ ଟଙ୍କା ରଖିଥିଲେ ମୁଣ୍ଡ ଜାମିନ: ଧରାପଡିବା ପରେ…

ଦିଗପହଣ୍ଡି/ଚିକିଟି,୧୮।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଅପହରଣ ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଜଣେ ଫେରାର ଥିବା ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image