ମହିଳାଙ୍କୁ ଅସଦାଚରଣ ସହ ପୁଅଙ୍କୁ ହତ୍ୟା ଉଦ୍ୟମ ଘଟଣା: ମକଦ୍ଦମା ରୁଜୁ କଲା ପୋଲିସ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମର ରଞ୍ଜିତା ସେଠୀଙ୍କୁ ଅସଦାଚରଣ ସହ ତାଙ୍କ ପୁଅ ଅଜୟ ସେଠୀ ଓରଫ ହନିଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ନାଁରେ ମାମଲା ନଂ.୧୨୨/୨୫ ଅନୁଯାୟୀ, ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମକଦ୍ଦମା ରୁଜୁ କରି ଏଏସଆଇ ନିଗମ ଚନ୍ଦ୍ର ପ୍ରଧାନଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ସୋମବାର ଅଜୟ ଘରେ ନଥିବା ବେଳେ ରାତି ପ୍ରାୟ ୧୦ ଟାରେ ଡେଙ୍ଗାଓସ୍ତା ଗ୍ରାମର ବାବୁ ସେଠୀ,ରଞ୍ଜନ ସେଠୀ,ରୋହିତ ସେଠୀ ଏବଂ ଅନ୍ୟ ୫ ଯୁବକ ରଞ୍ଜିତାଙ୍କ ଘର ପାଖକୁ ଆସି ତାଙ୍କ ପୁଅ ଅଜୟଙ୍କୁ ଗାଳିଗୁଲଜ କରିଥିଲେ। ରଞ୍ଜିତା ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଅସଦାଚରଣ କରି ପଳାଇଥିଲେ। ଅଜୟ ରାତି ପ୍ରାୟ ୧୧ ଟାରେ ଛଣମେରୀ ଗ୍ରାମରୁ ଘରକୁ ଫେରୁଥିବାବେଳେ ସେମାନେ ତାଙ୍କୁ ରାସ୍ତାରେ ଅଟକାଇ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ଚେତାଶୂନ୍ୟ ଅବସ୍ଥାରେ ସେ ପଡିଯିବାରୁ ମରିଗଲା ଭାବି ଅଭିଯୁକ୍ତମାନେ ତାଙ୍କୁ ନିକଟସ୍ଥ ଏକ ଆମ୍ବତୋଟାରେ ଫୋପାଡି ଚାଲି ଯାଇଥିଲେ। ପରଦିନ ସକାଳୁ କିଛି ବ୍ୟକ୍ତି ରଞ୍ଜିତାଙ୍କୁ ଫୋନରେ ଘଟଣା ଜଣାଇଥିଲେ। ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଏତଲାରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ଗୁଳିକରି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୯।୪: ବୁଧବାର ବିହାରର ଗୟାରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଥିଲା ​​ଯେତେବେଳେ...

ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି

ନୂଆଦିଲ୍ଲୀ,୯।୪: ଦିଲ୍ଲୀରୁ ବ୍ୟାଙ୍ଗକକ୍ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ମଦ୍ୟପ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଜଣାପଡିଛି। ଏୟାର...

ସରକାରୀ ଶିକ୍ଷାନୁଷ୍ଠାନରେ ନିର୍ଯାତନାର ଶିକାର ହେଉଛନ୍ତି ଛାତ୍ରୀଛାତ୍ର, ଶିକ୍ଷାମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ସ୍କୁଲଠାରୁ ହାଇ ସ୍କୁଲ ଯାଏ ବିଭିନ୍ନ ସ୍କୁଲରେ ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହେଉଛନ୍ତି।...

ଆରଜେ ମହଭାସ୍ ଙ୍କ ସହ ଫଟୋ ପୋଷ୍ଟ କଲେ ୟୁଜଭେନ୍ଦ୍ର ଚହଲ୍, ତା’ପରେ ଲେଖିଲେ ଏମିତି

ନୂଆଦିଲ୍ଲୀ,୯।୪: ପଞ୍ଜାବ କିଙ୍ଗସ୍ ଷ୍ଟାର ସ୍ପିନର୍ ୟୁଜଭେନ୍ଦ୍ର ଚହଲ୍ ବୁଧବାର ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଆରଜେ ମହଭାସ୍ ଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି।...

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୪: ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଭେଟିଛନ୍ତି। ନର୍ଥ ବ୍ଲକ୍‌ରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଯାଇ ମୁଖ୍ୟମନ୍ତ୍ରୀ...

ଅସହ୍ୟ ହେଲା ଋଣଭାର, ବିଷ ପିଇ ଜୀବନ ହାରିଲେ ଦମ୍ପତି

ପୁରୁଷୋତ୍ତମପୁର,୯ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବେଢ଼ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାରରେ...

ଆସିଲା ବଡ଼ ଅପଡେଟ୍‌: ଏଥର ଅକ୍ଷୟ ତୃତୀୟାରେ ବଢିବ ନା କମିବ ସୁନା!

ନୂଆଦିଲ୍ଲୀ,୯।୪: ଆଉ କିଛିଦିନ ପରେ ଅକ୍ଷୟ ତୃତୀୟା। ଏହି ଅବସରରେ ସୁନା କିଣିବାର ପରମ୍ପରା ରହିଛି। ଏବେ ସୁନାଦର ଖସୁଥିବାବେଳେ ସୁନାପ୍ରେମୀମାନେ ଅପେକ୍ଷା କରିଛନ୍ତି। ଯଦି...

କାନ୍ଦୁଛି ପାକିସ୍ତାନ, ଆତଙ୍କବାଦର ଜନକ ଏବେ…

ଇସଲାମାବାଦ,୯।୪: ସାରା ବିଶ୍ୱରେ ଆତଙ୍କବାଦ ବିସ୍ତାର କରୁଥିବା ପାକିସ୍ତାନ ଏବେ ନିଜେ ଆତଙ୍କବାଦ ଦ୍ୱାରା ବିଚଳିତ। ଆତଙ୍କବାଦର ମାଷ୍ଟରମାଇଣ୍ଡ ପାକିସ୍ତାନ କାନ୍ଦୁଛି। ସୂଚନାଅନୁଯାୟୀ, ପାକିସ୍ତାନର ପରାମର୍ଶଦାତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image