ହାଇଦର ଫେରାର ପାଇଁ ପୋଲିସ ଦାୟୀ : ଜେଲ ଡିଆଇଜି

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦର ଫେରାର ହେବା ଘଟଣାକୁ ଦୁଇଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ତାଙ୍କ ସମ୍ପର୍କରେ କିଛି ବି ସୁରାକ ପାଇପାରୁନାହିଁ। ଏପରିସ୍ଥଳେ ଏହି ଘଟଣା ପାଇଁ ପୋଲିସକୁ ଦୋଷ ଦେଇଛନ୍ତି ଜେଲ ବିଭାଗ ଡିଆଇଜି ଶୁଭକାନ୍ତ ମିଶ୍ର। ସମ୍ବଲପୁର ଜେଲରୁ ହାଇଦର ମେଡିକାଲ ଯିବାପରେ ପୋଲିସ ଦାୟିତ୍ୱରେ ସୁରକ୍ଷା ବ୍ୟବସ୍ଥା ଥିଲା। ହାଇଦର ସୁରକ୍ଷା ବ୍ୟବସ୍ଥା କିପରି ରହିବ ତାହା ସବୁ ପୋଲିସ କରିଥିଲା। ତେବେ କେଉଁ ପରିସ୍ଥିତିରେ ହାଇଦରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ସେ ସମ୍ପର୍କରେ ତଦନ୍ତ ଚାଲିଛି। ଏଥିରେ ଯଦି ଜେଲ ବିଭାଗର କୌଣସି ଅଫିସର ବା କର୍ମଚାରୀଙ୍କ ଭୁଲ୍‌ ବାହାରେ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ପୂରା ମାମଲାର ତଦନ୍ତ କଟକ ଡିସିପି କରୁଛନ୍ତି। ତଦନ୍ତ ପରେ ସମସ୍ତ ଦିଗ ଉପରେ ସୂଚନା ମିଳିବ ବୋଲି ଜେଲ ଡିଆଇଜି କହିଛନ୍ତି।

Share