କରୋନା ମାତା ମନ୍ଦିର ଉପରେ ପୋଲିସ ଚଳାଇଲା ବୁଲ୍‌ଡୋଜର…

ପ୍ରତାପଗଡ଼,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା ମାତାଙ୍କ ମନ୍ଦିର ନିର୍ମାଣ କରିପୂଜା କରିବା ନେଇ ଖବର ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ପକ୍ଷରୁ ସାଙ୍ଗିପୁର ଥାନା ଅଞ୍ଚଳର ଶୁକ୍ଳପୁର ଗାଁରେ ଥିବା କରୋନା ମାତାଙ୍କ ମନ୍ଦିର ଉପରେ ବୁଲ୍‌ଡୋଜର ଚଳାଯାଇଛି। ରାତାରାତି ମନ୍ଦିରର ଭଙ୍ଗାବଶେଷକୁ ହଟାଇ ଦିଆଯାଇଛି। ଏଠାରେ ସକାଳେ ଏବଂ ସନ୍ଧ୍ୟାରେ ପୂଜା ଲାଗି ଲୋକଙ୍କ ଭିଡ଼ ଜମା ହେଉଥିଲା। ଲୋକେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖି ପୂଜା କରୁଥିଲେ। ଶୁକ୍ରବାର ବିଳମ୍ବିତ ରାତ୍ରରେ ପୋଲିସ ପକ୍ଷରୁ ମନ୍ଦିର ଭଙ୍ଗା କାର୍ଯ୍ୟ ଶେଷ କରାଯାଇଛି। ଏନେଇ ଜଣେ ଗ୍ରାମବାସୀଙ୍କୁ ଗିରଫ କରାଯାଇ ପଚରା ଉଚରା ଜାରି ରହିଛି। ପୋଲିସ ଭୟରେ ଲୋକେ ଏବେ ଘରୁ ବାହାରକୁ ବାହାରୁ ନାହାନ୍ତି।

Share