କେନ୍ଦୁଝର,୨୯ା୫(ସ୍ବ.ପ୍ର./ଡି.ଏନ.ଏ.): କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ କରି ମଦ ବିକ୍ରି କରୁଥିବା ଅଭିଯୋଗରେ ନରଣପୁର ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନକୁ ଟାଉନ ପୋଲିସ ଶନିବାର ସିଲ୍ କରି ଦେଇଛି। ସୂଚନା ଯୋଗ୍ୟ, ସରକାର ମଦ ବିକ୍ରି ପାଇଁ କଟକଣା ଲାଗୁ କରିଥିବା ବେଳେ ଅନ୍ଲାଇନରେ ମଦ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କିଭଳି ପରିସ୍ଥିତିରେ କାଉଣ୍ଟରରୁ ମଦ ବିକ୍ରି ହେଉଥିଲା ଏହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏନେଇ ଜରିମାନା ଆଦାୟ କରାଯିବ ବୋଲି ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲି କହିଛନ୍ତି।