Categories: ଜାତୀୟ

ପୋଲିସଙ୍କୁ ଆତଙ୍କବାଦୀ ଭାବି ଗୁଳି…

ଜମ୍ମୁ,୨୨।୯: ଜମ୍ମୁ-କଶ୍ମୀରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କୁ ଆତଙ୍କବାଦୀ ଭାବି ମନ୍ଦିର ସୁରକ୍ଷାକର୍ମୀ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଛି। କୁପଓ୍ବାରା ଜିଲାର ହନ୍ଦଓ୍ବାଡ଼ାରେ ଏଭଳି ଘଟିଛି। ପୋଲିସ କର୍ମଚାରୀ ଅଜୟ ଧର ଲଙ୍ଗେଟ୍‌ ହନ୍ଦଓ୍ବାଡ଼ାର ବାସିନ୍ଦା। ସେ ରାତିରେ ସ୍ଥାନୀୟ ଏକ ମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ମନ୍ଦିର ସୁରକ୍ଷାକର୍ମୀ ତାଙ୍କୁ ଆତଙ୍କବାଦୀ ମନେ କରି ଗୁଳି ଚାଳନା କରିଥିଲେ।

ବିଜୟଙ୍କ କାନରେ ହେଡ୍‌ ଫୋନ୍‌ ଥିଲା। ସେ ତାଙ୍କ ଟିମ୍‌ ସଦସ୍ୟଙ୍କ ପ୍ରଶ୍ନର କୌଣସି ଉତ୍ତର ମଧ୍ୟ ଦେଇ ନ ଥିଲେ। ଏଥିରେ ସନ୍ଦେହ ପ୍ରକାଶ କରି ମନ୍ଦିରର ସୁରକ୍ଷା କର୍ମୀ ଗୁଳି ଚାଳନା କରିଥିବା ଉତ୍ତର କଶ୍ମୀର ଡିଆଇଜି ସୁରଜିତ୍‌ କୁମାର ସୂଚନା ଦେଇଛନ୍ତି। ମୃତ ଅଜୟ ଲ୍ୟୁଟନାଟ୍‌ କୃଷ୍ଣ ଲାଲ ଧରଙ୍କ ପୁତ୍ର।

Share