Advertisement

ଗଞ୍ଜେଇ ଚାଲାଣ ବେଳେ ପୋଲିସକୁ ଗୁଳି, ୮ ଗିରଫ

ଜୟପୁର,୨୬।୩(ପବନ ପାଣିଗ୍ରାହୀ): ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ କଞ୍ଜେଇ ମାଳିଗୁଡା ରାସ୍ତାରେ ମଙ୍ଗଳବାର ଚଢ଼ାଉକରି ୮ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫମାନେ ହେଲେ ଉମୁରି ଗ୍ରାମର କାର୍ତ୍ତିକ ବାଘ, ରଞ୍ଜିତ ବାଘ, ଗୌତମ ବାଘ, ସୋନୁ ମଙ୍ଗରିଆ, ବଡକାଉଡି ଗ୍ରାମର ରବୀନ୍ଦ୍ର ବାରିକ, ଆର୍‌ଏମ୍‌ସି କଲୋନି ନବରଙ୍ଗପୁରର ରବୀନ୍ଦ୍ର ସାମଲ, ଗରୁଡଗୁଡା ଗ୍ରାମର କର୍ଣ୍ଣ ହରିଜନ ଓ ବିହାରର ରାହୁଲ କୁମାର। ଅଭିଯୁକ୍ତଙ୍କଠାରୁ ୩୪୦ କେଜି ୪ ଶହ ଗ୍ରାମ ଗଞ୍ଜେଇ, ବହୁ ବିଳାସପୂର୍ଣ୍ଣ ଗାଡ଼ି, ୧୦ଟି ମୋବାଇଲ, ୭୯୫ଟଙ୍କା, ୨ଟି ଦେଶୀ ପିସ୍ତଲ ଓ ୫ ଜୀବନ୍ତ ଗୁଳି ଜବତ ହୋଇଥିବା ନେଇ ମଙ୍ଗଳବାର ଜୟପୁର ଏସ୍‌ଡିପିଓ ପାର୍ଥ କଶ୍ୟପ, କୋରାପୁଟ ଏସ୍‌ପି ରୋହିତ ବର୍ମା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଆପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share