Categories: ଜାତୀୟ

୧୦ ବର୍ଷର ନାବାଳିକାକୁ ବଳାତ୍କାର, ହତ୍ୟା ମାମଲା: ପୋଲିସକୁ ମମତାଙ୍କ ଅଲ୍ଟିମେଟମ୍

କୋଲକାତା,୬।୧୦: ପଶ୍ଚିମବଙ୍ଗର କୁଲଟୁଲିରେ ଜଣେ ୧୦ ବର୍ଷର ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ଅଲ୍ଟିମେଟମ୍ ଦେଇଛନ୍ତି। ମମତା କହିଛନ୍ତି ଯେ, ”ଏହି ମାମଲା ପୋକସୋ ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହେବା ଉଚିତ ଏବଂ ଏହା ନିଶ୍ଚିତ ହେବା ଉଚିତ ଯେପରି ଅପରାଧୀମାନେ ତିନି ମାସ ମଧ୍ୟରେ ମୃତ୍ୟୁଦଣ୍ଡ ପାଇବେ।”

ଏଥି ସହ ପୀଡିତାଙ୍କ ପରିବାରର ଏହି ମାମଲା ସମ୍ପର୍କରେ ପଶ୍ଚିମବଙ୍ଗ ସରକାର କଲିକତା ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ଲୋକଙ୍କ ମଧ୍ୟରେ ଆକ୍ରୋଶ ଭରି ରହିଛି ଏବଂ ଏହାକୁ ନେଇ ରାଜନୀତି ମଧ୍ୟ ବଢ଼ିବାରେ ଲାହିଛି। ରବିବାର ଭାଜପା କର୍ମୀମାନେ କୁଲଟୁଲି ପୋଲିସ ଷ୍ଟେସନ ବାହାରେ ଏହି ଘଟଣାରେ ବିକ୍ଷୋଭ କରୁଥିବା ବେଳେ ପୋଲିସ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୋଲିସ ଓ ଭାଜପା କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଥିଲା।

ସୂଚନାଯୋଗ୍ୟ ୧୦ ବର୍ଷର ନାବାଳିକାଙ୍କୁ ଜଣେ ସମ୍ପର୍କୀୟ କହିଛନ୍ତି ଯେ ”ଶୁକ୍ରବାର ସନ୍ଧ୍ୟାରେ ଝିଅ ଟ୍ୟୁସନରୁ ଫେରୁଥିବାବେଳେ ନିଖୋଜ ହୋଇଯାଇଥିଲା। ଶନିବାର ସକାଳେ ସ୍ଥାନୀୟ ଲୋକମାନେ ଜୟନଗର ଅଞ୍ଚଳର ମାର୍ଶାଘାଇରୁ ନାବାଳିକାଙ୍କୁ ମୃତଦେହ ଉଦ୍ଧାର କରିଥିଲେ। ନାବାଳିକାଙ୍କ ଶରୀରରେ ରକ୍ତ ଦାଗ ରହିଥିଲା। ହାତ ଭାଙ୍ଗିଯାଇଥିଲା।”

ତେବେ ନାବାଳିକା ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ, ପୀଡ଼ିତାଙ୍କ ବାପା ପୋଲିସ ଷ୍ଟେସନକୁ ଯିବାବେଳେ ପୋଲିସ ଏହି ମାମଲାକୁ ଅଣଦେଖା କରିଥିଲା। ସେ କହିଛନ୍ତି, “ତାଙ୍କ ବାପା ତାଙ୍କୁ ସବୁ ଜାଗାରେ ଖୋଜିବାକୁ ଚେଷ୍ଟା କଲେ, କିନ୍ତୁ ଯେତେବେଳେ ସେ ତାଙ୍କୁ ପାଇପାରିଲେ ନାହିଁ ସେ ପୋଲିସ ଷ୍ଟେସନକୁ ଯାଇଥିଲେ, କିନ୍ତୁ ପୋଲିସ ତାଙ୍କ କଥା ଶୁଣିବାକୁ ମନା କରିଦେଇଥିଲେ ଏବଂ ଜୟନଗର ପୋଲିସ ଷ୍ଟେସନକୁ ଯିବାକୁ କହିଥିଲେ। ଏହି ଘଟଣାକୁ ଅଣଦେଖା କରିଥିଲେ।”

 

Share