ଆଓ୍ବାର୍ଡ ନେବାକୁ ଆସି ଚାଲିଗଲା ଏସ୍‌ଆଇଙ୍କ ଜୀବନ

ପଦ୍ମପୁର,୧।୪(ଡି.ଏନ୍‌.ଏ.): ଉତ୍କଳ ଦିବସ ଅବସରରେ ରାଜ୍ୟସ୍ତରୀୟ ପୁରସ୍କାର ପାଇବା ପାଇଁ ଭୁବନେଶ୍ୱର ଆସିଥିବା ରାୟଗଡ଼ା ଜିଲା ପଦ୍ମପୁର ଥାନା ଅଧୀନ କେନ୍ଦୁଗୁଡା ଫାଣ୍ଡି ଏସ୍‌ଆଇ କିଶୋର ବେହେରାଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। କିଶୋରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି।

ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟଳୟ ପତ୍ର ସଂଖ୍ୟା ୨୧୧ ଅନୁଯାୟୀ ଚଳିତ ୨୦୨୧-୨୨ ବର୍ଷ ପାଇଁ ଓଡ଼ିଶା ପୋଲିସ ଫୋର୍ମମେସନ ଦିବସ ଅବସରରେ କିଶୋର ସମ୍ମାନୀତ ହୋଇଥାନ୍ତେ। ଏନେଇ ସେ ଗୁରୁବାର ଭୁବନେଶ୍ୱର ଆସିଥିଲେ। ପରେ ସେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିବା ସ୍ଥାନକୁ ଯାଇଥିଲେ। ଶୁକ୍ରବାର ସେଠାରେ ସେ ବ୍ରସ କରୁଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ। ଉପସ୍ଥିତ ଥିବା କର୍ମଚାରୀ ତାଙ୍କୁ ତୁରନ୍ତ କ୍ୟାପିଟାଲ ହାସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଗୁଣପୁର ଏସ୍‌ଡିପିଓ ଅଜୟ କୁମାର ବାରିକ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କିଶୋର ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ପରିଚିତ। ରାୟଗଡ଼ା ଓ ଗଜପତି ସୀମାନ୍ତ ଅଞ୍ଚଳରେ ଗଞ୍ଜେଇ ଚାଲଣ ରୋକିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ମୃତ୍ୟୁ ଖବର ପାଇ ଜିଲା ପୋଲିସ କର୍ମଚାରୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳବାୟୁ ବିଜ୍ଞାନୀ, ପରିବେଶ ଗବେଷକ

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୩୦ଯାଏ କନିଷ୍ଠ ମେଧାବୃତ୍ତି ପାଇଁ ଆବେଦନ

ଭୁବନେଶ୍ୱର,୧୯ା୧୧(ଅନୁରାଧା ମହାରଣା): ରାଜ୍ୟର ଦ୍ୱାଦଶ ଶ୍ରେଣୀର ମେଧାବୀ ଛାତ୍ରୀଛାତ୍ରଙ୍କୁ କନିଷ୍ଠ ମେଧାବୃତ୍ତି ପ୍ରଦାନ ପାଇଁ ଆବେଦନ ଆରମ୍ଭ ହୋଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ...

କୃଷିଋଣ ପାଇଁ ୮୩୦ କୋଟିର ସୁଧ ରିହାତି

ଭୁବନେଶ୍ୱର,୧୯ା୧୧(ସୁଚିସ୍ମିତା ସାହୁ): ଅର୍ଥନୈତିକ ଓ ସାମାଜିକ ପ୍ରଗତିରେ ସମବାୟର ପ୍ରମୁଖ ଭୂମିକା ରହିଛି। ଚଳିତ ଆର୍ଥିକ ବର୍ଷରେ ସୁଧମୁକ୍ତ କୃଷିଋଣ ଯୋଜନା ପାଇଁ ରାଜ୍ୟ ସରକାର...

ବ୍ୟବସାୟ ପାଇଁ ଓଡ଼ିଶା ଅନୁକୂଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୧୧(ଅନିଲ ଦାସ): ଓଡ଼ିଶାରେ ବ୍ୟବସାୟିକ ପରିବେଶ ଅନୁକୂଳ। ଏହାର ସୁଯୋଗ ନେବାକୁ ସିଙ୍ଗାପୁରଠାରେ ନିବେଶକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଆହ୍ବାନ ଦେଇଛନ୍ତି। ଆସନ୍ତା...

ଗଞ୍ଜାମରେ ବଢୁଛି ଶକ୍ତି: ଭାଜପାରେ ମିଶିଲେ ୪ ସମିତି ସଭ୍ୟ

ଆସିକା,୧୮ା୧୧(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଜୋର୍‌ଦାର ଚାଲିଛି। ସୋମବାର ଆସିକା ବ୍ଲକ...

ଅନାସ୍ଥାରେ ହାରିଲେ ଏନ୍‌ଏସି ଉପାଧ୍ୟକ୍ଷା: ବିରୋଧୀଙ୍କୁ ଦେଇଦେଲେ ନିଜ ଭୋଟ୍‌

ବେଲଗୁଣ୍ଠା,୧୮ା୧୧(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସି ଉପାଧ୍ୟକ୍ଷା ଟି. ବବିତା କୁମାରୀ ସୋମବାର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଗତ ୬ ତାରିଖରେ କାଉନସିଲମାନେ...

ବଢ଼ିଲା ଦଶମ ପରୀକ୍ଷା ୨୦୨୫ ଫର୍ମ ଭରିବା ତାରିଖ

ଭୁବନେଶ୍ୱର,୧୮।୧୧: ଦଶମ ପରୀକ୍ଷା ୨୦୨୫ ପାଇଁ ଫର୍ମ ଭରିବା ତାରିଖ ଘୁଞ୍ଚିଛି। ସୋମବାର ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଏହି ସୂଚନା ଦେଇଛି। ବିଏସଇ...

ଗଞ୍ଜାମରେ ଡିସେମ୍ବର ୨୩ରୁ ଧାନ ସଂଗ୍ରହ

ଛତ୍ରପୁର,୧୮ା୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଜିଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ରହ୍ମପୁର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri