ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ

ଭଞ୍ଜନଗର,୨୧।୯(ଡି.ଏନ.ଏ.): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଭେଜିପୁଟ ଫାଣ୍ଡି ଅଧିକାରୀ ସନ୍ତୋଷ ସ୍ବାଇଁ। ବେଲ୍‌ କରାଇ ଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସୂଚନାନୁଯାୟୀ, ଭେଜିପୁଟ ଫାଣ୍ଡି ଅନ୍ତର୍ଗତ ଗୁରାପଲ୍ଲୀ ଗ୍ରାମର ଭୁବନ ପାତ୍ର ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ ମାମଲା ରୁଜୁ ହୋଇଥିଲା। ଗିରଫଦାରୀ ଏଡାଇବା ପାଇଁ ଫାଣ୍ଡି ଅଧିକାରୀ ସନ୍ତୋଷ ସ୍ବାଇଁ ଭୁବନଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଭୁବନ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

Share