ଥାନାରେ ଆତ୍ମଘାତୀ ବିସ୍ଫୋରଣ: ୨ ମୃତ, ଅନେକ ଆହତ

ଜାକର୍ତ୍ତା,୭ା୧୨: ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଇଣ୍ଡୋନେସିଆର ବାନ୍ଦଙ୍ଗରେ ଥିବା ଏକ ଥାନା ଉପରେ ଆକ୍ରମଣ କରିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବୁଧବାର ଇଣ୍ଡୋନେସିଆ କର୍ତ୍ତୃପକ୍ଷ କହିଛନ୍ତି, ଜଣେ ସନ୍ଦିଗ୍ଧ ଇସ୍‌ଲାମ ଆତଙ୍କବାଦୀ ବାନ୍ଦଙ୍ଗ ସହରର ଏକ ଥାନାରେ ପ୍ରବେଶ କରିବା ପରେ କିଛି ସମୟ ପରେ ନିଜକୁ ବିସ୍ଫୋରଣ କରି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ଜାତୀୟ ପୋଲିସର ଜନ ସୂଚନା ବ୍ୟୁରୋ ମୁଖ୍ୟ ଅହମ୍ମଦ ରମଜାନ କହିଛନ୍ତି,ଘଟଣାର ତଦନ୍ତ ପାଇଁ ବାନ୍ଦଙ୍ଗ ପୋଲିସ ଆତଙ୍କବାଦ ବିରୋଧୀ ୟୁନିଟ୍‌ ସହ ସମନ୍ବୟ ରକ୍ଷା କରୁଛି। ଇଣ୍ଡୋନେସିଆର ଆତଙ୍କବାଦ ବିରୋଧୀ ଏଜେନ୍ସି (ବିଏନ୍‌ପିଟି)ର ଇବ୍‌ନୁ ସୁହେନ୍ଦ୍ର କହିଛନ୍ତି, ଏହି ଆକ୍ରମଣ ପଛରେ ଇସ୍‌ଲାମିକ ଷ୍ଟେଟ୍‌-ପ୍ରେରିତ ଜାମାହା ଅନ୍‌ଶାରୁତ୍‌ ଦୌଲାହ (JAD) ଗୋଷ୍ଠୀ ସାମିଲ ଥାଇପାରନ୍ତି।

Share