Categories: ଜାତୀୟ

ବେଦୀରେ ଅପେକ୍ଷା କରିଥିଲେ କନ୍ୟା, ବରଗାଡ଼ିକୁ ଅଧା ରାସ୍ତାରେ ଅଟକାଇଲା ପୋଲିସ; କାରଣ ଜାଣିଲେ…

ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ପିଲଭିତ ଜିଲାର ଜଣେ ବର କନ୍ୟା ଆଣିବା ପାଇଁ ଉତ୍ତରାଖଣ୍ଡ ଯାଉଥିବା ବେଳେ ପୋଲିସ ସୀମାରେ ଅଟକାଇଥିଲା। ଯାଞ୍ଚ କରିବା ପରେ ବରଯାତ୍ରୀ ସହ ବରଙ୍କୁ ଫେରିଯିବାକୁ କହିଥିଲା ପୋଲିସ। ଏହି ଖବର କନ୍ୟାଘର ଲୋକଙ୍କ ନିକଟରେ ପହଞ୍ଚତ୍ବା ପରେ ସେମାନେ ସୀମା ନିକଟରେ ପହଞ୍ଚିଥିଲେ। ସେତେବେଳେ ପୋଲିସ ତାଙ୍କୁ ପୂରା ମାମଲା ବୁଝାଇଥିଲା।

ପୋଲିସ କହିଥିଲା, ବରଙ୍କୁ କରୋନା ପଜିଟିଭ୍‌। ତେଣୁ ସେ ୧୪ ଦିନ ପରେ ବରଯାତ୍ରୀ ଆଣି ବିବାହ କରିବାକୁ ଆସିବେ। ଏହି ବରଯାତ୍ରୀରେ ୪୦ରୁ ୫୦ ଜଣ ଲୋକ ଥିଲେ। ଏହି ବରଯାତ୍ରୀ ଦଳ ପିଲଭିତ ସହରରୁ ଉତ୍ତରାଖଣ୍ଡର ଖଟିମା ଯାଉଥିଲେ। ଉତ୍ତରପ୍ରଦେଶ-ଉତ୍ତରାଖଣ୍ଡ ସୀମାରେ ପୋଲିସ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଯାଞ୍ଚ ଆରମ୍ଭ କରିଥିଲା। ଏଥିରେ ବରଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତେଣୁ ପୋଲିସ ବରଙ୍କୁ ସୀମାରୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲା। ୧୪ ଦିନ ପରେ ରିପୋର୍ଟ ନେଗେଟିଭ୍‌ ଆସିଲେ ପୁନଃ ବିବାହ କରିବାକୁ ଆସିବେ ବୋଲି ପୋଲିସ ପରାମର୍ଶ ଦେଇଥିଲା। ଏହା ଜାଣିବା ପରେ କନ୍ୟାପକ୍ଷ ଲୋକେ ଶାନ୍ତ ପଡ଼ିଥିଲେ।

Share