Categories: ଜାତୀୟ

ବିକାଶ ଦୁବେ ଏନ୍‌କାଉଣ୍ଟର: ବ୍ୟବଚ୍ଛେଦ ଘର ବାହାରେ ପୋଲିସକୁ କରାଗଲା ସମ୍ମାନୀତ

କାନପୁର,୧୦।୭: ଉତ୍ତର ପ୍ରଦେଶ କାନପୁରର ବେକରୁ ଗାଁରେ ସିଓଙ୍କ ସମେତ ୮ ପୋଲିସଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗୁରୁବାର ଗିରଫ ହୋଇଥିବା ଅପରାଧୀ ବିକାଶ ଦୁବେ ପୋଲିସ ଏନ୍‌କାଉଣ୍ଟରରେ ଶୁକ୍ରବାର ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ବେକରୁ ଗାଁରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ବିକାଶଙ୍କ ମୃତଦେହ ବ୍ୟବଚ୍ଛେଦ ହେଉଥିବା ଘର ବାହାରେ ପୋଲିସକୁ ଫୁଲମାଳ ଦେଇ ସମ୍ମାନୀତ କରାଯାଇଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ଏହି କୁଖ୍ୟାତ ଅପରାଧୀ ବିକାଶଙ୍କୁ ଏସ୍‌ଟିଏଫ୍‌ ଗାଡି କାନପୁର ଆଣୁଥିବା ସମୟରେ ବାଟରେ ଓଲଟି ପଡିଥିଲା। ଏହାପରେ ପୋଲିସର ବନ୍ଧୁକ ଛଡାଇ ବିକାଶ ଦୌଡି ପଳାଇ ଯିବାକୁ ଚେଷ୍ଟା କରିବା ସମୟରେ ପାଲଟା ପୋଲିସ ଗୁଳିରେ ତାଙ୍କର ମୃତ୍ୟୁ ହୋଇଛି।

Share