ବାହାଘର ବେଳେ ଚୋରି ରୋକିବାକୁ ପୋଲିସର ଟିପ୍ସ

ଭୁବନେଶ୍ୱର,୧୩।୨(ସତ୍ୟଜିତ୍‌ ରାଉତ): ରାଜଧାନୀରେ ବିଭିନ୍ନ ମଣ୍ଡପରେ ବାହାଘର ଆଦି କାର୍ଯ୍ୟକ୍ରମରେ ଲୁଟେରାମାନେ ଲୁଟ୍‌ପାଟ୍‌ ଓ ଚୋରି କରୁଛନ୍ତି। ଏହାକୁ ନଜରରେ ରଖି ଲୁଟ୍‌ ଓ ଚୋରି ରୋକିବାକୁ କମିଶନରେଟ୍‌ ପୋଲିସ ଆୟୋଜନକାରୀଙ୍କୁ ଟିପ୍ସ ଦେବାକୁ ନିଷ୍ପତ୍ତି ନେଇଛି। ଲାଇସେନ୍ସ ନେବା ବେଳେ ବର ଓ କନ୍ୟାପକ୍ଷଙ୍କ ମୋବାଇଲ ନମ୍ବର ଦେବାକୁ ବାଧ୍ୟତାମୂଳକ କରାଯାଇଛି। ବାହାଘର ଦିନ ଉଭୟ ପକ୍ଷଙ୍କ ଲୋକଙ୍କୁ ପୋଲିସ କଲ୍‌ କରି ଚୋରି ରୋକିବାକୁ ବିଭିନ୍ନ ପ୍ରକାର ଟିପ୍ସ ଦେଇ ସୁରକ୍ଷିତ ରହିବାକୁ ସଚେତନ କରିବ। ଉକ୍ତ ଟିପ୍ସଗୁଡ଼ିକ ହେଲା, ବାହାଘର କିମ୍ବା ଅନ୍ୟ କୌଣସି ପାର୍ଟିରେ ଅତିଥିଙ୍କୁ ସ୍ବାଗତ ପାଇଁ ଗେଟ୍‌ ସାମ୍ନାରେ ନିଜ ଲୋକ ଛିଡ଼ା ହେବେ। ଅତିଥି ଆସୁଥିବା ସମୟରେ କୌଣସି ଲୋକଙ୍କ ଉପରେ ସନ୍ଦେହ ହେଲେ ତାଙ୍କୁ ତୁରନ୍ତ ପଚରାଉଚରା କରିବେ। ଉତ୍ସବ ହେଉଥିବା ମଣ୍ଡପରେ ଆବଶ୍ୟକ ସୁରକ୍ଷାକର୍ମୀ ମୁତୟନ କରିବେ। ବାହାଘରରେ ମିଳୁଥିବା ଉପହାରଗୁଡ଼ିକୁ ଅସୁରକ୍ଷିତ ଭାବେ ରଖନ୍ତୁ ନାହିଁ, ମଣ୍ଡପରେ ସିସିଟିଭି ଠିକ୍‌ ଭାବେ ଚାଲୁଛି କି ନାହିଁ ତାହା ନିରୀକ୍ଷଣ କରିବାକୁ ଆଦି ଟିପ୍ସ ଦିଆଯାଉଛି

Share