ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍‌ ପୋଲିସ

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ତାଙ୍କ ଦସ୍ତଖତ ନମୁନାକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ। ଆପଏଣ୍ଟମେଣ୍ଟ ଲେଟରରେ ଥିବା ଆକାଶଙ୍କ ଦସ୍ତଖତକୁ ମେଳକ କରାଯିବ। ଟାଟା ନାଁରେ ଆକାଶ ବାଣ୍ଟିଥିବା ନିଯୁକ୍ତିପତ୍ର ସହ ଦସ୍ତଖତ ମେଳକ ହେବ ବୋଲି ଟୁଇନ୍‌ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ଆକାଶ ନିଜକୁ ଟାଟା ମୋଟର୍ସର ଏମ୍‌ଡି ପରିଚୟ ଦେଇ ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଠକିଥିଲେ। ଟାଟାରେ ଚାକିରି କରାଇଦେବା ନାଁରେ କୋଟି କୋଟି ଟଙ୍କା ହରିଲୁଟ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗିରଫ ହୋଇ ଆକାଶ, ତାଙ୍କ ବାପା ଅଭୟକାନ୍ତ ଓ ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ ଜେଲରେ ରହିଛନ୍ତି। ଆକାଶ ଓ ପ୍ରଦୀପଙ୍କ ଆକାଉଣ୍ଟ ଭିତରେ କୋଟି କୋଟି ଟଙ୍କା କାରବାର ହୋଇଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି) ଏବେ ଘଟଣାର ତଦନ୍ତ କରୁଛି।

Share