Categories: ଜାତୀୟ

୩୦୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କଲେ ପୋଲିସ

ଶିମ୍‌ଲା,୩।୧: ହିମାଚଳପ୍ରଦେଶରେ ପ୍ରବଳ ଥଣ୍ଡା ପଡ଼ିବା ସହିତ ତୁଷାରପାତ ଜାରି ରହିଛି। ଏପରିସ୍ଥଳେ ରୋହତଙ୍ଗ୍‌ର ଅଟଳ ଟନେଲ ପାଖରେ ଅଟକି ରହିଥିବା ୩୦୦ ପର୍ଯ୍ୟଟକଙ୍କୁ ପୋଲିସ ଉଦ୍ଧାର କରିଛନ୍ତି। ଏନେଇ ପୋଲିସ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ମନାଲି ଫେରିବା ସମୟରେ କେତେକ ପର୍ଯ୍ୟଟକ ଅଟଳ ଟନେଲ ଅତିକ୍ରମ କରିସାରିଥିବାବେଳେ ଅନ୍ୟ ପର୍ଯ୍ୟଟକମାନେ ରାସ୍ତାରେ ବରଫ ଜମି ରହିବା ଯୋଗୁ ଅଟକି ରହିଥିଲେ। ଲାହାଉଲ୍‌ ଅଞ୍ଚଳରେ ରହିବାର କୌଣସି ସୁବିଧା ନ ଥିବାରୁ ପର୍ଯ୍ୟଟକମାନେ ନିଜ ନିଜ ଗାଡ଼ିରେ ବସି ରହିବାକୁ ବାଧ୍ୟ ହୋଇଥିଲେ। ତେବେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା କୁଲୁ ଏସ୍‌ପି ଗୌରବ ସିଂ ସୂଚନା ଦେଇଛନ୍ତି। ରାସ୍ତାରେ ୭୦ରୁ ଅଧିକ ଯାନ ଅଟକି ରହିଛି। ସେଥିମଧ୍ୟରେ ୪୮ ଆସନ ବିଶିଷ୍ଟ ଏକ ବସ୍‌ ମଧ୍ୟ ରହିଛି। ପୋଲିସ ଟିମ୍‌ ପକ୍ଷରୁ ୨୪ ଆସନ ବିଶିଷ୍ଟ ବସ୍‌ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି।

Share