ସୋରଡା,୨୮ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡା ପୋଲିସର ଯାନବାହନ ଯାଞ୍ଚ ଶୂକ୍ରବାରଠାରୁ ଆରମ୍ଭ ହୋଇଛି। ଥାନା ସମ୍ମୁଖ ଜାତୀୟ ରାଜପଥରେ ବିନା ହେଲମେଟରେ ଯାଉଥିବା ବାଇକ ଚାଳକମାନଙ୍କୁ ଅଟକାଇ ଜରିମାନା ଆଦାୟ ସହ ହେଲମେଟ ପରିଧାନ, ଇନ୍ସ୍ୟୁରାନ୍ସ କରିବା, ଦ୍ରୁତଗତିରେ ଗାଡ଼ି ନ ଚଳାଇବା, ମୋବାଇଲରେ କଥା ହୋଇ ଗାଡିଚାଳନା ନ କରିବା ଆଦି ଉପରେ ସଚେତନ କରାଯାଇଥିଲା। ପୋଲିସର ଯାଞ୍ଚ ସମୟରେ ବେପରୁଆ ଭାବେ କ୍ଷୀପ୍ରଗତିରେ ଯାଇଥିବା କିଛି ଚାଳକଙ୍କୁ ସିସିଟିଭି ଆଧାରରେ ଖୋଜା ଚାଲିଛି ବୋଲି ଆଇଆଇସି ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।