ସାନ୍ତା କ୍ଲସ ହୋଇ ଅପରାଧିଙ୍କୁ ଧରିଲା ପୋଲିସ, ବିଛାଇଲା ଫାଶ ଓ ତା’ପରେ…

ଚାଲିଛି ଖ୍ରୀଷ୍ଟମାସର ସପ୍ତାହ। ଏହି ସମୟରେ ସାନ୍ତା କ୍ଲସ ଘର ଘର ବୁଲି ଛୋଟ ପିଲାଙ୍କୁ ଉପହାର ପ୍ରଦାନ କରନ୍ତି। ପିଲାମାନେ ମାଗିଥିବା ସେମାନଙ୍କର ମନ ପସନ୍ଦର ଗିଫ୍ଟକୁ ସାନ୍ତା ଗୋଟିଏ ବଡ ବସ୍ତାରେ ବୋହି ପୃଥିବୀପୃଷ୍ଠକୁ ଆସନ୍ତି। କିନ୍ତୁ କେବେ ସାନ୍ତା ଅପରାଧିଙ୍କୁ ଧରିଥିବାର ଶୁଣିଛନ୍ତି କି? ହଁ ଏପରି ଘଟଣା ଘଟିଛି ଦକ୍ଷିଣ ଆମେରିକାର ପେରୁରେ। ଯେଉଁଠି ସାନ୍ତା ଡ୍ରଗ୍ସ ଡିଲରମାନଙ୍କୁ ଖୋଜି ବାହାର କରିଛନ୍ତି।

ପେରୁର ପୋଲିସ ଲେମା ସହରର ବିପଦଜ୍ଜନକ ଇଲାକାକୁ ପ୍ରବେଶ କରିବା ପାଇଁ ସାନ୍ତା କ୍ଲସର ପୋଷାକ ପିନ୍ଧିଥିଲେ। ସେଠାରେ ଥିବା ଅପରାଧିଙ୍କୁ ଜାଲରେ ଫଶେଇବା ପାଇଁ ନିଜକୁ ଜଲି ସେଣ୍ଟ ବୋଲି ପରିଚୟ ଦେଇଥିଲା। ଏହାପରେ ପୋଲିସ ସେହି ଡ୍ରଗ୍ସ ଡିଲରଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କୁ କାବୁ କରିବାକୁ ସଫଳ ହୋଇଥିଲା। ଏନେଇ ନାଶନାଲ ପୋଲିସ ଗ୍ରୀନ ସ୍କାଡ୍ରନର ମୁଖ୍ୟ କର୍ଣ୍ଣଲ ବ୍ଲାଟର ପାଲୋମିନୋ କହିଛନ୍ତି, ଆମ ଷ୍ଟ୍ରାଟେଜି ସଫଳ ହୋଇଛି। ଦୁଇ ଜଣଙ୍କୁ ଗିରଫ କରିଛୁ।

ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଦୁହିଁଙ୍କୁ ହାଜର କରିଛି। ଏହି ଷ୍ଟ୍ରିଙ୍ଗ ଅପରେଶନ ସମୟରେ ପୋଲିସ ନିଜ ପାଖରେ କୁରାଢି ସମେତ ଅନ୍ୟାନ୍ୟ ହତିଆର ମହଜୁଦ ରଖିଥିଲା। ଛାପାବେଳେ ପୋଲିସ ହାତରେ ୨୭୯ ପ୍ୟାକେଟ ଭାଙ୍ଗ ଓ କୋକେନ ପେଷ୍ଟ ୬ହଜାର ପ୍ୟାକେଟ, କୋକେନ ପାଉଡର ଜବତ କରିଛି।

Share