Categories: ଜାତୀୟ

ଗୁଜରାଟର ସାବରମତି ଜେଲରୁ ଉତ୍ତର ପ୍ରଦେଶ ବାହାରିଲେ ଅତିକ, କହିଲେ ଏମାନଙ୍କ ନିୟମ ଠିକ ନୁହେଁ

ଗାନ୍ଧିନଗର,୧୧।୪: ଉମେଶ ପାଲ ହତ୍ୟାକାଣ୍ଡ ପରେ ମାଫିଆ ଅତିକ ଅହମଦଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାରେ ଲାଗିଛି। ଏବେ ତାଙ୍କୁ ଗୁଜରାଟର ସାବରମତି ଜେଲରୁ ପ୍ରୟାଗରାଜ ନିଆଯାଉଛି। ପୋଲିସ ଅତିକଙ୍କୁ ନେଇ ଉତ୍ତର ପ୍ରଦେଶ ବାହାରି ଯାଇଛି। ଅତିକ ଅହମଦଙ୍କୁ ଆଣିବାକୁ ଯେଉଁ ପୋଲିସ ଟିମକୁ ଗୁଜରାଟ ପଠାଯାଇଛି ସେଥିରେ ଜଣେ ଆସିଷ୍ଟାଣ୍ଡ ପୋଲିସ କମିଶନର ଓ ୨ଜଣ ଇନସପେକ୍ଟ ଏହାସହ ୩୦ କନଷ୍ଟେବଳ ରହିଛନ୍ତି।

କୁହାଯାଉଛି କି ଅତିକଙ୍କୁ ଆଣିବାକୁ ଏଥରର ପାର୍ଟନ ବି ପୂର୍ବଭଳି ହେବ। ତାଙ୍କୁ ଏଥର ବି ସେହି ରାସ୍ତାରେ ନିଆଯିବ ଯେଉଁ ରାସ୍ତାରେ ସେ ପୂର୍ବଥର ଆସିଥିଲେ। ଅତିକଙ୍କୁ ନେବାକୁ ଯେଉଁ ପ୍ରିଜନ ଭ୍ୟାନ ନିଆଯାଇଛି ସେଥିରେ ବାୟୋମେଟ୍ରିକ ଲକ ଲଗାଯାଇଛି। ଅର୍ଥାତ୍‌ ଏହାକୁ ମାନୁଆଲି ଖୋଲାଯାଇ ପାରିବ ନାହିଁ। ଅତିକଙ୍କୁ ଆଣୁଥିବା ପୋଲିସଙ୍କ ଦେହରେ କ୍ୟାମେରା ଲାଗିଛି। ଯାହାଦ୍ୱାରା ଅତିକଙ୍କୁ ସାବରମତିରୁ ପ୍ରୟାଗରାଜ ଆଣିବା ସମୟର ସମସ୍ତ ଘଟଣା ରେକର୍ଡ ହୋଇପାରିବ। ପ୍ରୟାଗରାଜ ପୋଲିସ ତା’ର କଷ୍ଟୋଡିରେ ନେବା ପରେ ଦୁଇ ଭାଇଙ୍କର ସାମ୍ନା ସାମ୍ନି ବି କରିପାରେ।

Share