ଓମିକ୍ରନ୍ ଆତଙ୍କ: ମୁମ୍ବାଇରେ ୧୪୪ ଧାରା ଜାରି

ମୁମ୍ବାଇ,୧୬ ।୧୨: ଓମିକ୍ରନ୍ ବେଳକୁ ବେଳ ଦେଶରେ କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ କୌଣସି ନା କୌଣସି ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଲାଣି । ଓମିକୟନ୍ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହାର ସଂକ୍ରମଣକୁ ଦେଖି ମୁମ୍ବାଇ ପୋଲିସ ଗୁରୁବାର ଅର୍ଥାତ୍ ୧୬ ଡିସେମ୍ବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ସହରରେ ୧୪୪ଧାରା ଜାରି କରିଛି । ଆଗକୁ ଆସୁଥିବା ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । କେବଳ ସେତିକି ନୁହେଁ କୌଣସି ବଡ ଧରଣର ଆୟୋଜନକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ମିଳିଛି । ଯେ କୌଣସି କାର୍ଯ୍ୟକ୍ରମରେ କେବଳ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବା ସହ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବ । ଏହାସହ କିଛି ସ୍ଥାନ ଯେମିତିକି ଦୋକାନ, ମଲ, ବିଭିନ୍ନ ପ୍ରତିଷ୍ଠାନ ଆଦିକୁ କେବଳ କରୋନା ଟିକା ନେଇଥିବା ଲୋକଙ୍କୁ ଅନୁମତି ମିଳିବ ବୋଲି ଜଣାପଡିଛି । ଏହାସହ ମୁମ୍ବାଇ ଯାଉଥିବା ଲୋକେ କରୋନାର ଦୁଇଟି ଯାକ ଟିକା ନେବା ଜରୁରୀ । ନଚତ୍ ୭୨ ଘଣ୍ଟା ମଧ୍ୟରେ କରାଯାଇଥିବା ଆର୍‌ଟିପିସିଆର୍ ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡିବ ।

Share