Categories: ଜାତୀୟ

ଟ୍ରାକ୍ଟର ରାଲିରେ କିଏ ଦିଲ୍ଲୀ ଆସିବେ, ସେ ନିଷ୍ପତ୍ତି ନେବେ ପୋଲିସ

ନୂଆଦିଲ୍ଲୀ,୧୮।୧: ଅନ୍ନଦାତାଙ୍କ ପକ୍ଷରୁ ଜାନୁୟାରୀ ୨୬ରେ ହେବାକୁ ଥିବା ଟ୍ରାକ୍ଟର ରାଲିରେ କିଏ ଦିଲ୍ଲୀ ଆସିବେ ତାହାର ନିଷ୍ପତ୍ତି ପୋଲିସ ବିଭାଗ ନେବେ। ସୋମବାର ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ କହିଛନ୍ତି। ଟ୍ରାକ୍ଟର କରିବା ଲାଗି ଅନ୍ନଦାତାଙ୍କୁ ଅନୁମତି ଦିଆଯିବ କି ନାହିଁ ତାହା ଦିଲ୍ଲୀ ପୋଲିସ ନିଶ୍ଚିତ କରିବେ ବୋଲି ସେ ଏସମ୍ପର୍କିତ ମାମଲାର ବିଚାର କରି ଏଭଳି କହିଛନ୍ତି। ସୁପ୍ରିମ୍‌କୋର୍ଟ ଏଭଳି ମନ୍ତବ୍ୟରୁ ଜଣାପଡୁଛି ଯେ, ଅନ୍ନଦାତା ରାଲି ନେଇ ପୋଲିସ ବିଭାଗ ନିଷ୍ପତ୍ତି ହିଁ ଗ୍ରହଣଯୋଗ୍ୟ ହେବ। ସହରକୁ କେତେ ସଂଖ୍ୟକ ଅନ୍ନଦାତା କିଭଳି ଆସିବେ ତାହାର ତଦାରଖ ଦାୟିତ୍ୱ ପୋଲିସ ବିଭାଗ ଉପରେ ନ୍ୟସ୍ତ କରାଯାଇଛି।

Share