ଭୁବନେଶ୍ୱର,୧୮।୭(ବ୍ୟୁରୋ): କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ନ ଥିଲେ କର୍ମଚାରୀମାନେ ଅଫିସ ଯାଇପାରିବେନାହିଁ। ଏଣିକି ବିନା ଅନୁମତି ପତ୍ରରେ ଛାଡ଼ିବନି ପୋଲିସ। କର୍ମଚାରୀଙ୍କ ନାଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ତାଲିକାରେ ନ ଥିଲେ ଛଡ଼ାଯିବନାହିଁ। ସୋମବାରଠାରୁ ନିୟମ କଡ଼ାକଡ଼ି ହେବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ତେବେ ଶନିବାର କିଛି କର୍ମଚାରୀ ବିନା ଅନୁମତିରେ ଯାଉଥିବା ବେଳେ ଧରାପଡ଼ିଥିବାରୁ କମିଶନର ଏହା କହିଥିବା ସୂଚନା ମିଳିଛି।