Advertisement

ଅମାନିଆଙ୍କୁ ସାବାଡ୍‌ କରିବ ପୋଲିସ, ପିନ୍ଧିବ ବଡି କ୍ୟାମେରା

ଭୁବନେଶ୍ୱର,୨୭ା୧୦: ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ। ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୋଲିସ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏଣିକି ଥାନା ରିସେପ୍ସନ ଦାୟିତ୍ୱରେ ଥିବା ଅଧିକାରୀ ବଡି କ୍ୟାମେରା ପିନ୍ଧିବେ। ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡିଓ ସବୁ ଏହି କ୍ୟାମେରାରେ ରେକର୍ଡ ହେବ।

କେବଳ ଏତଲାକାରୀ ନୁହନ୍ତି, ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହୋଇ ରହିବ ଏଥିରେ। କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ସିପି ଓ ଡିସିପି ଦେଖିବେ। ପାନିକ୍‌ ବଟନ ଦବାଇବା ମାତ୍ରେ ଅଭାବନୀୟ ଘଟଣା ସବୁ ରେକର୍ଡ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share