ବର୍ତ୍ତମାନ ସମଗ୍ର ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରୁ ନିସ୍ତାର ପାଇବା ପାଇଁ ନାନା ପଦଦେକ୍ଷ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୋଲିସ ପ୍ରଶାସନ ସହରରେ କରୋନା ସଂକ୍ରମଣ ରୋକିବା ପାଇଁ ଭିନ୍ନ ଏକ ପଦକ୍ଷେପ ଆପଣାଇଛି। ଯଦି କେହି ବିନା ମାସ୍କରେ ଘରୁ ବାହାରିବ ତେବେ ପୋଲିସ ଏହି ଅମାନିଆଙ୍କ ହାତରେ ’ମୁଁ କରୋନା ଦୂତ’ ଲେଖାଥିବା ଏକ ସିଲ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏପରି ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଛି ମଧ୍ୟପ୍ରଦେଶ ପୋଲିସ। ଖାଲି ଷ୍ଟାମ୍ପ ନୁହେଁ, କଟକଣା ଉଲ୍ଲଂଘନକାରୀଙ୍କୁ ଜରିମାନା ମଧ୍ୟ ଦେବାକୁ ପଡ଼ିବ ଏବଂ ସେମାନଙ୍କୁ ଜେଲ ବି ପଠାଯିବା ବୋଲି ଜଣାପଡ଼ିଛି। ଏହି ଅଭିଯାନ ବିଦିଶା କଲେକ୍ଟର ଡା. ପଙ୍କଜ ଜୈନଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। କରୋନା ସଂକ୍ରମଣ ରୋକିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏପରି ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।